ରାଜ୍ୟ

Odisha FTA: ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

ମୁକ୍ତ ବାଣିଜ୍ୟ ରାଜିନାମା ଜରିଆରେ ଓଡ଼ିଶା ନିଜ ଉତ୍ପାଦ ପାଇଁ ବିଶ୍ୱ ବଜାରରେ ସୁଯୋଗ ସନ୍ଧାନରେ ରହିଛି। ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶାର ପ୍ରଭାବ ବିସ୍ତାର କରିବା ସହିତ ରାଜ୍ୟର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ରପ୍ତାନି ଦକ୍ଷତା ବୃଦ୍ଧି ପାଇଁ...

ଭୁବନେଶ୍ୱର: ମୁକ୍ତ ବାଣିଜ୍ୟ ରାଜିନାମା ଜରିଆରେ ଓଡ଼ିଶା ନିଜ ଉତ୍ପାଦ ପାଇଁ ବିଶ୍ୱ ବଜାରରେ ସୁଯୋଗ ସନ୍ଧାନରେ ରହିଛି। ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶାର ପ୍ରଭାବ ବିସ୍ତାର କରିବା ସହିତ ରାଜ୍ୟର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ରପ୍ତାନି ଦକ୍ଷତା ବୃଦ୍ଧି ପାଇଁ ଆଜି ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ‘ଏଫଟିଏର ଉପଯୋଗ – ଜନସମ୍ପର୍କ କାର୍ଯ୍ୟକ୍ରମ’ ଶୀର୍ଷକ ଏହି କର୍ମଶାଳାରେ ନୀତି ନିର୍ଦ୍ଧାରକ, ବାଣିଜ୍ୟ ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ। ସେମାନେ ଭାରତର ବିଭିନ୍ନ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ)ରେ ଓଡ଼ିଶାର ରପ୍ତାନି ସମ୍ଭାବନା ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭାରତର ବାଣିଜ୍ୟିକ ଚୁକ୍ତିନାମାଗୁଡ଼ିକରୁ ମିଳୁଥିବା ସୁଯୋଗଗୁଡ଼ିକୁ ରାଜ୍ୟର ଶିଳ୍ପ ଓ ଉଦ୍ୟୋଗୀମାନଙ୍କ ପାଇଁ ବାସ୍ତବ ଲାଭରେ ପରିଣତ କରିବା ଉପରେ ଆଲୋକପାତ କରିଥିଲେ। ଶିଳ୍ପ ନିର୍ଦ୍ଦେଶକ ତଥା ଆଇଏଏସ୍ ଅଧିକାରୀ ଆବୋଲି ସୁନୀଲ ନରୱଣେ ଧନ୍ୟବାଦ ଅର୍ପଣ କରିଥିଲେ। ସେ ଏହି କର୍ମଶାଳାକୁ ଆଲୋଚନାର ଏକ ସାର୍ଥକ ମଞ୍ଚରେ ପରିଣତ କରିବା ଦିଗରେ ସମସ୍ତ ଅଂଶୀଦାରଙ୍କ ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button