Karishma Kapoor: କରିସ୍ମା କପୁରଙ୍କ ପୋଷାକ ଦେଖି ବିରକ୍ତ ହୋଇଥିଲେ ସଲମାନ ଖାନ୍, ସୁଟିଂ ପାଇଁ ମନା କରିଥିଲେ
ଲୋକପ୍ରିୟ ଚାଟ୍ ଶୋ’ ‘କଫି ୱିଥ୍ କରନ୍’ର ୯ମ ତଥା ଅନ୍ତିମ ସିଜିନ୍ ଆରମ୍ଭ ହୋଇଯାଇଛି। ଏହି ଶୋ’ର ପ୍ରଥମ ଏପିସୋଡ଼ରେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଏବଂ ଅଭିନେତ୍ରୀ କରିସ୍ମା କପୁର ଅତିଥି ଭାବେ ଯୋଗଦେଇଥିଲେ।

ମୁମ୍ବାଇ: ଲୋକପ୍ରିୟ ଚାଟ୍ ଶୋ’ ‘କଫି ୱିଥ୍ କରନ୍’ର ୯ମ ତଥା ଅନ୍ତିମ ସିଜିନ୍ ଆରମ୍ଭ ହୋଇଯାଇଛି। ଏହି ଶୋ’ର ପ୍ରଥମ ଏପିସୋଡ଼ରେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଏବଂ ଅଭିନେତ୍ରୀ କରିସ୍ମା କପୁର ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଦୁହେଁ ନିଜର ବ୍ୟକ୍ତିଗତ ଜୀବନ, କ୍ୟାରିୟର୍ ଏବଂ ପୁରୁଣା ସ୍ମୃତିକୁ ନେଇ ଅନେକକଥା ସେୟାର କରିଛନ୍ତି। ସେଥିମଧ୍ୟରୁ ଫିଲ୍ମ ‘ଦୁଲହନ୍ ହମ ଲେ ଜାଏଙ୍ଗେ’ର ସୁଟିଂ ସମୟର ଏକ ମଜାଦାର ଘଟଣା ଏବେ ଚର୍ଚ୍ଚାରେ ରହିଛି।
ଡ୍ରେସକୁ ନେଇ କ’ଣ ଥିଲା ବିବାଦ?
ଶୋ’ରେ କରିସ୍ମା କପୁର ଖୁଲାସା କରିଛନ୍ତି ଯେ, ଏକଦା ଫିଲ୍ମ ‘ଦୁଲହନ୍ ହମ୍ ଲେ ଜାଏଙ୍ଗେ’ର ସୁଟିଂ ବେଳେ ସଲମାନ ଖାନ୍ ତାଙ୍କ ପୋଷାକକୁ ନେଇ କ୍ଷୁବ୍ଧ ହୋଇଥିଲେ। କରିସ୍ମା ନିଜ ଲୁକ୍ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାକୁ ଚାହୁଁଥିଲେ ଏବଂ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିଥିଲେ। କିନ୍ତୁ ସଲମାନ ଏହାକୁ ଦେଖି କହିଥିଲେ, “ତୁମେ ଏ କ’ଣ ପିନ୍ଧିଛ?” କରିସ୍ମା ଯେତେ ବୁଝାଇଲେ ମଧ୍ୟ ସଲମାନ ସେହି ପୋଷାକରେ ସୁଟିଂ କରିବାକୁ ସଫା ସଫା ମନା କରିଦେଇଥିଲେ।
ସୌଜନ୍ୟ ସମ୍ବାଦ




