Google DataCentre: ଆନ୍ଧ୍ରପ୍ରଦେଶରେ ଡାଟା ସେଣ୍ଟରେ ବନାଉଛି ଗୁଗୁଲ,ବଳି ପଡ଼ିବ ୧୬୦ ଏକର ଜଙ୍ଗଲ !

ଅମରାବତୀ,୧୫\୧୦: ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଗୁଗଲ କମ୍ପାନି ଡାଟା ସେଣ୍ଟର ବନାଉଛି । ସେଠାରେ ଏହାର ୩ଟି କ୍ୟାମ୍ପସ ପ୍ରତିଷ୍ଠା ହେବାର ଯୋଜନା ରହିଛି । ରାଜ୍ୟ ସରକାର ଏଥିଲାଗି ୩ଟି ଗାଁରେ ଥିବା ୫୮୬ ଏକର ଜମି ଆବଣ୍ଟିତ କରିଛନ୍ତି । ସେଥିମଧ୍ୟରୁ ଦୁଇଟି ଗାଁରେ କାମ ଆରମ୍ଭ ହୋଇସାରିଲାଣି । ତେବେ ଡାଟା ସେଣ୍ଟର ପ୍ରକଳ୍ପ ଲାଗି ୧୬୦ ଏକର ଜଙ୍ଗଲକୁ ସଫା କରିବା, ଜମିକୁ ସମତଳ କରିବା ଉଦ୍ଦେଶ୍ୟରେ ପାହାଡ଼ର ପାଶ୍ୱର୍ଭାଗକୁ କାଟି ସମାନ କରିବା ଅଭିଯୋଗ ହୋଇଛି ।
ସେହିପରି ନିକଟରେ ବନ୍ୟଜୀବ ଅଭୟାରଣ୍ୟ ଏବଂ ଜଳାଶୟ ଥିବା ଯୋଗୁ ଏହାକୁ ସ୍ଥାନୀୟ ପରିବେଶବିଦ୍ ବି ବିରୋଧ କରୁଛନ୍ତି । ଏହାଦ୍ୱାରା ଜଳସଙ୍କଟ ଦେଖାଦେବା ନେଇ ଆଶଙ୍କା ପ୍ରକାଶ କରାଯାଉଛି । ଏଥିନେଇ ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଜଳସଙ୍କଟକୁ ଦୃଷ୍ଟିରେ ରଖି ଏହା ଉନ୍ନତ ଏୟାର କୁଲିଂ ବ୍ୟବସ୍ଥା ବାଛିଛି । ଏହାଦ୍ୱାରା କୁଲିଂ ପାଇଁ ପାଣିର ବ୍ୟବହାର କମ୍ ହେବ । ସୂଚନାଥାଉକି, ଚଳିତବର୍ଷ ଏହି ଡାଟା ସେଣ୍ଟରର ନିର୍ମାଣ ଆରମ୍ଭ ହୋଇଛି । ୨୦୨୮ରେ ଏହା ଚାଲୁ ହୋଇପାରେ ।
ସୌଜନ୍ୟ ପ୍ରମେୟ




