ଦେଶ ବିଦେଶ

Weather Update: ଖରାପ ପାଗ ଯୋଗୁଁ ଦିଲ୍ଲୀ ଆସୁଥିବା ୫ ବିମାନର ମାର୍ଗ ପରିବର୍ତ୍ତନ

ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ଅପରାହ୍ଣରେ ଭୀଷଣ ବର୍ଷା ହୋଇଛି। ବର୍ଷା ଓ ଆକାଶ ମେଘାଚ୍ଛନ୍ନ ଥିବା ଯୋଗୁ ଦିଲ୍ଲୀ ଆସୁଥିବା ଅତିକମ୍‌ରେ ୫ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି।

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ଅପରାହ୍ଣରେ ଭୀଷଣ ବର୍ଷା ହୋଇଛି। ବର୍ଷା ଓ ଆକାଶ ମେଘାଚ୍ଛନ୍ନ ଥିବା ଯୋଗୁ ଦିଲ୍ଲୀ ଆସୁଥିବା ଅତିକମ୍‌ରେ ୫ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି। ନୋଏଡା ଓ ଜୟପୁର ବିମାନବନ୍ଦର ଅଭିମୁଖେ ମାର୍ଗ ପରବିର୍ତ୍ତନ କରାଯାଇଥିବାବେଳେ ଏଥିରେ ୩ ଟି ଏୟାର ଇଣ୍ଡିଆ ବିମାନ, ଗୋଟିଏ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଓ ମାକାଉରୁ ଗୋଟିଏ ମାଲବାହୀ ବିମାନ ରହିଛି।

ଦିଲ୍ଲୀରେ ଭୀଷଣ ବର୍ଷା

ଅଧିକାରୀଙ୍କ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନଗୁଡ଼ିକ ଅହମ୍ମଦାବାଦ, ଭୋପାଳ ଓ ବେଙ୍ଗାଲୁରୁ ଆସୁଥିଲା, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନଟି ଭୁବନେଶ୍ୱରରୁ ଆସୁଥିଲା। ଚାରିଟି ବିମାନକୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ମାର୍ଗ ପରିବର୍ତ୍ତନ କରାଯାଇଥିଲା, ଗୋଟିଏ ବିମାନକୁ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଗୁରୁବାର ଦିଲ୍ଲୀରେ ବର୍ଷା ହୋଇଥିଲା ଓ ଦିନସାରା ଆକାଶରେ କଳା ମେଘ ଘୋଡ଼ାଇ ରହିଥିଲା। ଭାରତୀୟ ପାଣିପାଗ ବିଭାଗ ମଧ୍ୟମ ଧରଣର ବର୍ଷା, ଝଡ଼ବର୍ଷା, ବିଜୁଳି ଓ ପ୍ରବଳ ପବନ ପାଇଁ ରେଡ୍ ଆଲର୍ଟ ଜାରି କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button