ଦେଶ ବିଦେଶ

Bangladeshis: ମସଜିଦ୍‌ରେ ଅନୈତିକ କାର୍ଯ୍ୟ ଅଭିଯୋଗରେ ଦୁଇଜଣ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ ଦେଲା ସାଉଦି ଆରବ

ପବିତ୍ର ମକ୍କା ନଗରୀର ଏକ ମସଜିଦ ଭିତରେ ଅନୈତିକ କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସାଉଦି ଆରବ ଦୁଇ ଜଣ ବାଂଲାଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି।

ରିୟାଦ: ପବିତ୍ର ମକ୍କା ନଗରୀର ଏକ ମସଜିଦ ଭିତରେ ଅନୈତିକ କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସାଉଦି ଆରବ ଦୁଇ ଜଣ ବାଂଲାଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି।

ସାଉଦି ଆରବର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବୁଧବାର (ଅକ୍ଟୋବର ୧୪)ରେ ବାଂଲାଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ସାଉଦି ଆରବରେ ଅବସ୍ଥାପିତ ବାଂଲାଦେଶ ବାଣିଜ୍ୟିକ ଦୂତାବାସକୁ ଏ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇ ନଥିଲା। ମୃତ୍ୟୁଦଣ୍ଡ ପାଇଥିବା ଏହି ଦୁଇ ବାଂଲାଦେଶ ନାଗରିକ ହେଲେ ନାଜେରୁଲ ଇସଲାମ ଅବଦୁଲ ବସିର୍‌ ଓ ସିତି ଅଖତର। ମନ୍ତ୍ରଣାଳୟ କହିଛି ଯେ, ବୁଧବାର ମକ୍କା ଅଞ୍ଚଳରେ ଏହି ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଗତକାଲି ସାଉଦି ଆରବର ସର୍ବୋଚ୍ଚ ଅଦାଲତ ଶ୍ରୀଲଙ୍କାର ଜଣେ ହିନ୍ଦୁ ଶିବରାସା ଆନୋଜାନଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ଖାରଜ କରିଦେଇଥିଲେ। ଆନୋଜାନ୍‌ଙ୍କ ଫେସବୁକ୍ ମନ୍ତବ୍ୟକୁ ଈଶ୍ୱର ନିନ୍ଦା ଭାବେ ବିଚାର କରାଯାଇଥିଲା, ଯାହାକୁ ସେ ତୁରନ୍ତ ଡିଲିଟ୍ କରିଦେଇଥିଲେ ଓ କ୍ଷମା ମାଗିଥିଲେ। ତେବେ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ନିରନ୍ତର କୂଟନୈତିକ ପ୍ରୟାସ ପରେ ଏହି ଆଶ୍ୱସ୍ତି ମିଳିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button