ଦେଶ ବିଦେଶ

Praveen Hooda: କ୍ରୀଡ଼ା ଏକ ତପସ୍ୟା: ପ୍ରବୀଣ ହୁଡ଼ା

‘କ୍ରୀଡ଼ା ଏକ ତପସ୍ୟା’ ଏଭଳି କହିଛନ୍ତି ନିଜ କ୍ରୀଡ଼ା ଜୀବନରେ ଅନେକ ସଂଘର୍ଷ କରି ସଫଳ ହୋଇଥିବା ମହିଳା ମୁଷ୍ଟିଯୋଦ୍ଧା ପ୍ରବୀଣ ହୁଡ଼ା। ନିଜ ଅବସ୍ଥିତି ସୂଚନା ଗୋପନ ରଖିଥିବାରୁ ସେ ୨୨ ମାସ ନିଲମ୍ବିତ ହୋଇଥିଲେ।

ନୂଆଦିଲ୍ଲୀ: ‘କ୍ରୀଡ଼ା ଏକ ତପସ୍ୟା’ ଏଭଳି କହିଛନ୍ତି ନିଜ କ୍ରୀଡ଼ା ଜୀବନରେ ଅନେକ ସଂଘର୍ଷ କରି ସଫଳ ହୋଇଥିବା ମହିଳା ମୁଷ୍ଟିଯୋଦ୍ଧା ପ୍ରବୀଣ ହୁଡ଼ା। ନିଜ ଅବସ୍ଥିତି ସୂଚନା ଗୋପନ ରଖିଥିବାରୁ ସେ ୨୨ ମାସ ନିଲମ୍ବିତ ହୋଇଥିଲେ। ଏହି କାରଣରୁ ପ୍ରବୀଣଙ୍କ ବର୍ଷ ବର୍ଷର ପରିଶ୍ରମ ବେକାର ଯାଇଥିଲା। ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ସତ୍ତ୍ବେ ସେ ବଞ୍ଚିତ ହୋଇଥିଲେ। ୨୦୨୨ରେ ଜିତିଥିବା ଏସୀୟ କ୍ରୀଡ଼ା କାଂସ୍ୟ ପଦକ ବି ପ୍ରତ୍ୟାହାର କରି ନିଆଯାଇଥିଲା। ତାଙ୍କ ପିତା କର୍କଟ ରୋଗ ସହ ଲଢ଼ିବା ମଧ୍ୟ ପ୍ରବୀଣଙ୍କ ପଥରୋଧ କରିଥିଲା। ତଥାପି ସେ ହାରିଯାଇ ନଥିଲେ। ଏବେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରବୀଣଙ୍କ ଚର୍ଚ୍ଚା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି।

ଏକଦା ପ୍ରବୀଣଙ୍କ ପିତା ଲଖପତ ହୁଡ଼ାଙ୍କ ହୃଦ୍‌ ସମସ୍ୟା ଓ ଗଳା କର୍କଟ (ଷ୍ଟେଜ୍‌-୩) ଚିନ୍ତାର କାରଣ ହୋଇଥିଲା। ଏହା ପରବର୍ତ୍ତୀ ଆର୍ଥିକ ସଂକଟ ବି ପରିବାରକୁ ଦୋହଲାଇ ଦେଇଥିଲା। ଦୁଇଟି ମଇଁଷି ରଖି ମା’ ନୀଲମ ଦେବୀ କ୍ଷୀର ବିକ୍ରୀ କରିବା ସହ ପ୍ରବୀଣଙ୍କୁ ବଢ଼ାଇଥିଲେ। ତେବେ କୌଣସି ପ୍ରତିକୂଳ ପରିସ୍ଥିତି ପ୍ରବୀଣଙ୍କୁ ଖେଳ ଜୀବନକୁ ପ୍ରଭାବିତ କରିବାକୁ ଦେଇନଥିଲା। ‘ମୁଁ ଯେତେବେଳେ ସେସବୁ ଦିନସବୁକୁ ଫେରି ଦେଖେ, ନିଜକୁ ଗର୍ବିତ ମନେକରେ। କାରଣ ମୁଁ ଖେଳ ଛାଡି ଦେଇନଥିଲି, ତାଲିମ ଜାରି ରଖିଥିଲି। ମୋ ଯାତ୍ରାରେ ରହିଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟରେ ମୁଁ ଚିରକୃତଜ୍ଞ’ ବୋଲି ପ୍ରବୀଣ କହିଛନ୍ତି। ଏସୀୟ କ୍ରୀଡ଼ା ଫାଇନାଲ୍‌ ଜିତିବା ପରେ ପ୍ରବୀଣ ପ୍ରଥମେ ସୀମାହୀନ ଆକାଶ ଆଡକୁ ଦେଖିଥିଲେ, ପ୍ରଶିକ୍ଷକଙ୍କ ନିକଟକୁ ଦୌଡ଼ିଥିଲେ, ଭାରତୀୟ ପତାକା ଆଣି ନିଜ କାନ୍ଧରେ ଆଚ୍ଛାଦିତ କରି ନେଇଥିଲେ।  ‘ସବୁ କିଛିକୁ ପଛରେ ପକାଇ ମୁଁ କେବଳ ଫାଇନାଲ୍‌ ବାଉଟ୍‌ ଉପରେ ନଜର ରଖିଥିଲି’ ବୋଲି କହିଥିଲେ ପ୍ରବୀଣ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button