ରାଜ୍ୟ

Unknown number: ଅଜଣା ନମ୍ବରରୁ କଲ୍‌ ଆସିଲେ ନାଁ ଦେଖାଯିବ: ନଭେମ୍ବର ୧ରୁ ଲାଗୁ

ଅଜଣା ନମ୍ବରରୁ ଫୋନ୍‌ ଆସିଲେ ଏଣିକି ଆଉ ନାଁ ଜାଣିବା ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ଆସନ୍ତା ନଭେମ୍ବର ୧ରୁ ମୋବାଇଲ୍‌ ଫୋନ୍‌ରେ କଲ୍‌ କରୁଥିବା ବ୍ୟକ୍ତିଙ୍କ ନାଁ ଦେଖାଯିବ। ଏଥିପାଇଁ ଟେଲିକମ୍‌ କମ୍ପାନିଗୁଡ଼ିକୁ କଲିଂ ନେମ୍‌...

ନୂଆଦିଲ୍ଲୀ: ଅଜଣା ନମ୍ବରରୁ ଫୋନ୍‌ ଆସିଲେ ଏଣିକି ଆଉ ନାଁ ଜାଣିବା ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ଆସନ୍ତା ନଭେମ୍ବର ୧ରୁ ମୋବାଇଲ୍‌ ଫୋନ୍‌ରେ କଲ୍‌ କରୁଥିବା ବ୍ୟକ୍ତିଙ୍କ ନାଁ ଦେଖାଯିବ। ଏଥିପାଇଁ ଟେଲିକମ୍‌ କମ୍ପାନିଗୁଡ଼ିକୁ କଲିଂ ନେମ୍‌ ପ୍ରେଜେଣ୍ଟେସନ୍‌ (ସିଏନ୍‌ଏପି) ସେବା ଆରମ୍ଭ କରିବାକୁ ‌ଟେଲିକମ୍‌ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ବ୍ୟବସ୍ଥାରେ ଫୋନ୍‌ ଆସିବା ସମୟରେ କଲ୍‌ କରୁଥିବା ବ୍ୟକ୍ତିଙ୍କ ନାଁ ଓ ମୋବାଇଲ୍‌ ନମ୍ବର ଏକାସାଙ୍ଗରେ ଦେଖାଯିବ। ଟେଲିକମ୍‌ ବିଭାଗର ଅକ୍ଟୋବର ୧୩ ତାରିଖର ନିର୍ଦ୍ଦେଶ ଅନୁଯାୟୀ ନଭେମ୍ବର ୧ରୁ ଏହି ସେବା ଲାଗୁ ହେବ।

ବର୍ତ୍ତମାନ ମୋବାଇଲ୍‌ରେ ନମ୍ବର ସେଭ୍‌ ହୋଇଥିଲେ ଫୋନ୍‌ ଆସିବା ସମୟରେ ସେହି ବ୍ୟକ୍ତିଙ୍କ ନାଁ ଦେଖାଯାଉଛି। କିନ୍ତୁ ଅଜଣା ନମ୍ବରରୁ କଲ୍‌ ଆସିଲେ କେବଳ ନମ୍ବର ଦେଖାଯାଏ। ନୂଆ ବ୍ୟବସ୍ଥାରେ ଫୋନ୍‌ରେ ସେଭ୍‌ ହୋଇନଥିବା ଭାରତୀୟ ନମ୍ବରରୁ କଲ୍‌ ଆସିଲେ ମଧ୍ୟ ଟେଲିକମ୍‌ କମ୍ପାନିରେ ପଞ୍ଜୀକୃତ ହୋଇଥିବା ନାଁ ଦେଖାଯିବ। ଏଥିପାଇଁ ଅଲଗା କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା କିମ୍ବା ଇଣ୍ଟରନେଟ୍‌ ବ୍ୟବହାର କରିବା ଆବଶ୍ୟକ ହେବ ନାହିଁ। ତେବେ ଏହି ସେବା ପ୍ରଥମ ପର୍ଯ୍ୟାୟରେ ୪ଜି ଓ ତା’ଠାରୁ ଉନ୍ନତ ନେଟ୍‌ୱର୍କରେ ଲାଗୁ ହେବ। ୨ଜି, ୩ଜି ଓ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ଏହାର ପ୍ରଚଳନ ନେଇ ପରେ ନିଷ୍ପତ୍ତି ନିଆଯିବ। ଯେଉଁ ଗ୍ରାହକମାନେ ନିଜ ନମ୍ବରର ପରିଚୟ ଗୋପନ ରଖିବା ପାଇଁ କଲିଂ ଲାଇନ୍‌ ଆଇଡେଣ୍ଟିଫିକେସନ୍‌ ରେଷ୍ଟ୍ରିକ୍ସନ୍‌ (ସିଏଲ୍‌ଆଇଆର୍‌) ସେବା ନେଇଛନ୍ତି, ସେମାନଙ୍କ ନାଁ ଦେଖାଯିବ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button