Breaking News

ଅକ୍ଷୟ କୁମାର ନାୟକଙ୍କୁ ମିଳିଲା ଅନ୍ତର୍ଜାତିକ ସାମାଜିକ ସମ୍ମାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଗ୍ରାମର ଅକ୍ଷୟ କୁମାର ନାୟକଙ୍କୁଅନ୍ତର୍ଜାତିକ ସାମାଜିକ ସମ୍ମାନ ପ୍ରଦାନ କରାଯାଇଛି ଲ ଦୀର୍ଘ 30 ବର୍ଷରୁ ଉରର

ଉର୍ଦ୍ଧ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ I କନ୍ଧମାଳର ବଣଜଙ୍ଗଳ ଘେରା ଅପହଞ୍ଚ ଅଞ୍ଚଳରେ ଶିକ୍ଷା , ସ୍ୱାସ୍ଥ୍ୟ, ନିଶା ନିବାରଣ, ଅନ୍ଧବିଶ୍ୱାସ, ଜଙ୍ଗଲ ଜମି, ବାଲ୍ୟ ବିଭାହ ନିରୋଧ , ଶାନ୍ତି ସଦଭାବନା ଓ ଯୁବକ ମାନଙ୍କୁ ସଂଗଠିତ କରି ରାଷ୍ଟ୍ରନିର୍ମାଣ ଦିଗରେ ପ୍ରଭାବିତ କରି ଆସିଛନ୍ତି। ନେହୁର ଯୁବ କେନ୍ଦ୍ର, ଟାଗୋର ସୋସାଇଟି ଫର ରୁରାଲ ଡେଭେଲମେଣ୍ଟ, ଅଧିକାର, ଆଞ୍ଚଳିକ ଯୁବ ମହାସଙ୍ଘ ଓ ଅନ୍ତରଙ୍ଗ କନ୍ଧମାଳରେ ସାମାଜିକ କର୍ମୀ ଭାବେ ନିଜକୁ ସମର୍ପିତ କରି ସମାଜର ଅନେକ ପରିବର୍ତନ ଆଣିଛନ୍ତି । ପ୍ରାକୃତିକ ଦୁର୍ବିପାକ ବନ୍ୟା ବତ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲା ଯାଜପୁର, ଜଗତସିଂପୁର, ପାରାଦ୍ୱୀପ, ପୁରୀ ଅଞ୍ଚଳରେ ଲୋକମାନଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତୁଳନୀୟ। ସମାଜ ସେବା ପାଇଁ ସେ ଜିଲ୍ଲା ପ୍ରଶାସନ, ନେହୁର ଯୁବ କେନ୍ଦ୍ର, ଓ ଆନ୍ତରଙ୍ଗ ଦ୍ୱରା ସମ୍ମାନତ ମଧ୍ୟ ହୋଇ ଛନ୍ତି l ଏହି 30 ବର୍ଷର ସମାଜ ସେବା ଯାତ୍ରାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ବୁଧବାର ୱାର୍ଲଡ଼ ଚାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ଵୁବନେଶ୍ୱର ଜଦେବ ଭଵନରେ ଅନ୍ତର୍ଜାତିକ ସାମାଜିକ ସମ୍ମାନ -2023 ସମ୍ମାନିତ କରାଯାଇଛି। ଶ୍ରୀ ନାୟକଙ୍କୁ ଏହି ଅନ୍ତର୍ଜାତିକ ସାମାଜିକ ସମ୍ମାନମିଳିଥିବାରୁ ବିଭିନ୍ନ ସମାଜ ସେବା ସଂଗଠନ, ସମାଜ ସେବି ଓ ବହୁତ ପ୍ରଶସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ସେ ଜାଗୃତି, ପ୍ରଦାତା, ଵନବାସୀ ସେବାସମିତି, ସ୍ଵାତି, ଟାଗୋର ସୋସାଇଟି, କଳ୍ପବୃକ୍ଷ ଆକ୍ସନଏଡ଼ ଓ ଆନ୍ତରଙ୍ଗ କନ୍ଧମାଳଙ୍କୁ ଦେଇଛନ୍ତି। ଏହି ସଂଗଠଗୁଡିକ ସମାଜ ସେବା କରିବାରେ ବିଭିନ୍ନ ତାଲିମ, ଏକ୍ସପୋଜର, ପ୍ରେରଣା ଓ ସୁଯୋଗ ଦେଇ ଥିବାରୁ ତାଙ୍କ ନିକଟରେ ଶ୍ରୀ ନାୟକ କୃତଜ୍ଞତା ଜ୍ଞନପନ କରିଛନ୍ତି।

Comments are closed.