Amit Shah: ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ଲାଗି ‘ଏବିଭିପି’କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ବିଜୟ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସହ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ତାର ସହ ଛିଡା ହୋଇଛନ୍ତି।

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ଏବିଭିପିର କର୍ମକର୍ତ୍ତାମାନଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହ ଅଭିନନ୍ଦନ ଜଣାଇଛନ୍ତି। ଅମିତ ଶାହ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶାର ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା @abvpodisha ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ବିଜୟ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସହ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ତାର ସହ ଛିଡା ହୋଇଛନ୍ତି। ଏହି ଫଳାଫଳ ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ।ବିରୋଧୀଙ୍କ ବିଭାଜନକାରୀ ରାଜନୀତିକୁ ପଛରେ ପକାଇ, ଛାତ୍ରହିତ ଓ ରାଷ୍ଟ୍ରହିତ ସପକ୍ଷରେ ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଅକୁଣ୍ଠ ସମର୍ଥନ ସହ ରାଜ୍ୟର ଶତାଧିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିପୁଳ ବିଜୟ ହାସଲ କଲା
ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଏବିଭିପିକୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ସେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ‘ଏକ୍ସ’ରେ ଲେଖିଛନ୍ତି, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ମୋର ଆନ୍ତରିକ ଅଭିନନ୍ଦନ। ଏହି ବିଜୟ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ
ସୌଜନ୍ୟ ସମ୍ବାଦ




