New Governor: ୩୦୦ ଅତିଥି ନେଇ ଆସୁଛନ୍ତି ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ, ଆସନ୍ତାକାଲି ଲୋକ ଭବନରେ ଶପଥ ଉତ୍ସବ

ଭୁବନେଶ୍ୱର,୧୭/୧୦: ଶନିବାର ଓଡ଼ିଶା ଆସୁଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ । ସେ ୧୮ ତାରିଖରେ ଶପଥ ନେବେ । ସାଙ୍ଗରେ ୩୦୦ ଅତିଥିଙ୍କୁ ନେଇ ଆସୁଥିବା ବେଳେ ସେମାନଙ୍କ ଚର୍ଚ୍ଚା ସହ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ତଥା ସ୍ୱାଗତ ପାଇଁ ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି କରାଯାଇଛି । ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଆୟୋଜନ ଏବଂ ଅତିଥିମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ଆଜି ଦିନ ୧୨ଟା ୩୦ରେ ନୂଆ ରାଜ୍ୟପାଳ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ପହଞ୍ଚିବେ । ରାଜ୍ୟ ପକ୍ଷରୁ ସେଠାରେ ତାଙ୍କୁ ସ୍ୱାଗତ ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ପରେ ସେ ଲୋକ ଭବନ ଅଭିମୁଖେ ଯାତ୍ରା କରିବେ । ବଡ଼ କଥା ହେଲା ରାଞ୍ଚିରୁ ନୂଆ ରାଜ୍ୟପାଳ ଓ ତାଙ୍କ ପରିବାରକୁ ଆଣିବା ପାଇଁ ରାଜ୍ୟ ସରକାର ସରକାରୀ ବିମାନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିରୋଧୀ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି ।
ବିରୋଧୀ ଅଭିଯୋଗ କରିଛନ୍ତି, ଯେତେବେଳେ ଯାତାୟାତ ପାଇଁ ଘରୋଇ ବିମାନ ସେବା ଉପଲବ୍ଧ ସେତେବେଳେ ଜନସାଧାରଣଙ୍କ ଅର୍ଥକୁ ଏପରି ଢଙ୍ଗରେ ଖର୍ଚ୍ଚ କରିବାର ମାନେ କ’ଣ? ସେ ପୁଣି ୨୧ ଅକ୍ଟୋବର ପର୍ଯ୍ୟନ୍ତ ଚାରି ଦିନ ମଧ୍ୟରେ ନୂତନ ରାଜ୍ୟପାଳଙ୍କ ଅତିକମ୍ରେ ୩୦୦ ଅତିଥି ଓଡ଼ିଶା ଆସୁଛନ୍ତି । ତେଣୁ ଏଭଳି ଖର୍ଚ୍ଚ ଆଦୌ ଠିକ୍ ନୁହେଁ । ଯାହାକୁ ସାଧାରଣରେ ଗ୍ରହଣ କରାଯାଇପାରିବ ନାହିଁ ।
ସୌଜନ୍ୟ ପ୍ରମେୟ




