MS Dhoni Funny Video: ଧୋନିଙ୍କ ଦୁଷ୍ଟାମି ଦେଖି ହସିଲେ ସାକ୍ଷୀ!, ଭିଡିଓ ହେଲା ଭାଇରାଲ
କ୍ରିକେଟ୍ ପଡ଼ିଆରେ ଶାନ୍ତ, ଗମ୍ଭୀର ଆଉ ଚତୁର ଅଧିନାୟକ। ହେଲେ ପଡ଼ିଆ ବାହାରେ ମାହିଙ୍କ ମସ୍ତି ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ! ହାତରେ ଆଇସକ୍ରିମ୍, ପାଖରେ ପତ୍ନୀ ସାକ୍ଷୀ। ଭାବିଥିବେ, ପ୍ରେମରେ ନିଜ ହାତରେ ଆଇସକ୍ରିମ୍ ଖୁଆଇବେ ଧୋନି। ହେଲେ ସାକ୍ଷୀ ମୁହଁ ଖୋଲିବା ମାତ୍ରେ ନିଜେ ଆଇସକ୍ରିମ୍ ଖାଇଦେଲେ ମାହି!

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଶାନ୍ତ, ଗମ୍ଭୀର ଆଉ ଚତୁର ଅଧିନାୟକ। ହେଲେ ପଡ଼ିଆ ବାହାରେ ମାହିଙ୍କ ମସ୍ତି ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ! ହାତରେ ଆଇସକ୍ରିମ୍, ପାଖରେ ପତ୍ନୀ ସାକ୍ଷୀ। ଭାବିଥିବେ, ପ୍ରେମରେ ନିଜ ହାତରେ ଆଇସକ୍ରିମ୍ ଖୁଆଇବେ ଧୋନି। ହେଲେ ସାକ୍ଷୀ ମୁହଁ ଖୋଲିବା ମାତ୍ରେ ନିଜେ ଆଇସକ୍ରିମ୍ ଖାଇଦେଲେ ମାହି! ଆଉ ଧୋନିଙ୍କ ଏହି ଦୁଷ୍ଟାମି ଦେଖି ହସିବାକୁ ଲାଗିଲେ ସାକ୍ଷୀ। ଏବେ ଧୋନିଙ୍କ ଏହି ମଜାଳିଆ ଅନ୍ଦାଜ୍ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି। କ୍ରିକେଟ୍ରେ ଯେଉଁ ଧୋନିଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳ ବି ବୁଝିପାରନ୍ତି ନାହିଁ, ସେହି ଧୋନି ଘରଣୀଙ୍କୁ ଚକ୍ମା ଦେବାରେ ବି ମାହିର୍! ଗୁଜରାଟର ଜାମନଗରରେ ଚାଲିଛି ନବରାତ୍ରିର ଭବ୍ୟ ଉତ୍ସବ। ଆଉ ଏହି ଉତ୍ସବରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ପତ୍ନୀ ସାକ୍ଷୀଙ୍କ ସହ ଧୋନି ଦୁଇ ଦିନ ପୂର୍ବରୁ ଜାମନଗରରେ ପହଞ୍ଚିଥିଲେ।
ତାଙ୍କର ଏୟାରପୋର୍ଟର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ରବିବାର ସନ୍ଧ୍ୟାରେ ରିଲାଏନ୍ସ ଟାଉନସିପ୍ରେ ଆୟୋଜିତ ନବରାତ୍ରି ଉତ୍ସବ ମେଳାରେ ଧୋନି ଦମ୍ପତି ପହଞ୍ଚିଥିଲେ। ସେଠାରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ମଧ୍ୟ ନଜର ଆସିଥିଲେ। ଧଳା ଟି-ସାର୍ଟ ଆଉ ନୀଳ ଜିନ୍ସରେ ଧୋନିଙ୍କ ସରଳ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟପଟେ ଗୋଲାପୀ କୁର୍ତ୍ତାରେ ନଜର ଆସିଥିଲେ ଅନନ୍ତ ଅମ୍ବାନୀ। ମେଳାରେ ଧୋନି ଓ ଅନନ୍ତ ଏକାଠି ବିଭିନ୍ନ ଦୋଳିର ମଜା ନେଇଥିଲେ। ନବରାତ୍ରିର ରଙ୍ଗ, ଉତ୍ସବର ମାହୋଲ୍ ଆଉ ସାଙ୍ଗସାଥୀଙ୍କ ସହ ମସ୍ତି, ସବୁକିଛିକୁ ଖୁବ୍ ଉପଭୋଗ କରିଥିଲେ ଧୋନି। ତେବେ ଏସବୁ ଭିତରେ ସାକ୍ଷୀଙ୍କ ସହ ତାଙ୍କର ଆଇସକ୍ରିମ୍ ଖାଇବା ଭିଡିଓ ସବୁଠୁ ଅଧିକ ଚର୍ଚ୍ଚା ସାଉଁଟୁଛି। ଭିଡିଓରେ ଧୋନିଙ୍କ ମଜାଳିଆ ଅନ୍ଦାଜ୍ ଦେଖି ପ୍ରଶଂସକ ବି ବେଶ୍ ଖୁସି । କ୍ରିକେଟ୍ କଥା କହିଲେ, ଧୋନିଙ୍କ ନାଁ ଆସିବା ମାତ୍ରେ ମନେପଡ଼େ ତାଙ୍କର ଅନେକ ସ୍ମରଣୀୟ ଇନିଂସ୍ ଆଉ ଐତିହାସିକ ବିଜୟ। ନିଜ ଅଧିନାୟକତ୍ୱରେ ଭାରତକୁ ଟି-୨୦ ଓ ଦିନିକିଆ ବିଶ୍ୱକପ୍ ଜିତାଇଥିବା ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ହେଲେ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳି ଆଜି ବି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଆଗାମୀ ଆଇପିଏଲ୍ ସିଜିନ୍ରେ ସେ ଖେଳିବେ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ମୈଦାନ ବାହାରେ ମାହିଙ୍କ ଏହି ମସ୍ତିଭରା ମୁହୂର୍ତ୍ତ ପୁଣିଥରେ ପ୍ରମାଣ କରିଦେଇଛି, କ୍ୟାପଟେନ୍ କୁଲ୍ଙ୍କ କୁଲ୍ ଅନ୍ଦାଜ୍ ହିଁ ତାଙ୍କୁ ସମସ୍ତଙ୍କଠାରୁ ଅଲଗା କରେ।
ସୌଜନ୍ୟ ସମ୍ବାଦ




