ଜାତୀୟ

DA Hike: ଦଶହରା ଗଲା… ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ କେତେ ବଢିବ ମହଙ୍ଗା ଭତ୍ତା ? ଜାଣନ୍ତୁ ଅପଡେଟ୍…

ନୂଆଦିଲ୍ଲୀ, ୨୧/୧୦ : ଦଶହରା ଗଲା… କେନ୍ଦ୍ରୀୟ କର୍ମଚାରୀଙ୍କ କେବେ ବଢିବ ମହଙ୍ଗା ଭତ୍ତା ? ଆଜି ଆସିପାରେ ବଡ଼ ଅପଡେଟ୍ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ହେବ । ଏହି ମିଟିଂ ପରେ ଡିଏ ବଢିବା ନେଇ ବଡ଼ ନିଷ୍ପତ୍ତି ଆସିପାରେ । ତେବେ ମହଙ୍ଗା ଭତ୍ତା ବଢିବା ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ । ତେବେ ଏବର୍ଷ ୩ ପ୍ରତିଶତ ଡିଏ ବଢିପାରେ ବୋଲି ଆକଳନ କରାଯାଉଛି ।

ସାଧାରଣତଃ କେନ୍ଦ୍ରୀୟ କର୍ମଚାରୀଙ୍କ ବର୍ଦ୍ଧିତ ଡିଏ ଘୋଷଣା ସେପ୍ଟେମ୍ଵରରୁ ଅକ୍ଟୋବର ମଧ୍ୟରେ ହୋଇଥାଏ । ଏବର୍ଷ ଦଶହରା ପୂର୍ବରୁ ମହଙ୍ଗା ଭତ୍ତା ବଢିବା ନେଇ ଆକଳନ କରାଯାଉଥିଲା । ହେଲେ ସେଭଳି କିଛି ଘୋଷଣା ହେଲା ନାହିଁ । ତେଣୁ ଦୀପାବଳି ବେଳକୁ ମହଙ୍ଗା ଭତ୍ତା ବଢିବ ବୋଲି ଅନୁମାନ କରାଯାଉଛି । ବୁଧବାର ସବିବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ବଡ଼ ନିଷ୍ପତ୍ତି ଆସିପାରେ । ୨୦୨୫ରେ ଜୁଲାଇରୁ କାର୍ଯ୍ୟକାରୀ ହେଉଥିବା DA ବୃଦ୍ଧିକୁ ସରକାର ଅକ୍ଟୋବର ୧ ରେ ଅନୁମୋଦନ କରିଥିଲେ ଏବଂ DA ୩% ବୃଦ୍ଧି କରାଯାଇଥିଲା । ଏହାପରେ DA ୫୫% ରୁ ୫୮% କୁ ବୃଦ୍ଧି ପାଇଥିଲା । ୨୦୨୬ର ପ୍ରଥମ DA ବୃଦ୍ଧି ଜାନୁଆରୀରୁ ୬୦% କୁ ବୃଦ୍ଧି କରାଯାଇଥିଲା । ତେବେ ସରକାର ଏଥର ମଧ୍ୟ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ୩% DA/DR ବୃଦ୍ଧି କରିପାରନ୍ତି । ଯଦି ଏଭଳି ହୁଏ ତେବେ DA ୬୦% ରୁ ୬୩% କୁ ବୃଦ୍ଧି ପାଇବ । ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI-IW) ତଥ୍ୟ ଆଧାରରେ ୩% DA ବୃଦ୍ଧି ଆକଳନ କରାଯାଉଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button