Trade Deal: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ! ଟାରିଫ୍ରେ ମିଳିବ କି ଆଶ୍ୱସ୍ତି ?

ନୂଆଦିଲ୍ଲୀ, ୨୧।୧୦: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉଭୟ ଦେଶ ଚୁକ୍ତିକୁ ଅନ୍ତିମ ରୂପ ଦେବାର ଅତି ନିକଟରେ ଅଛନ୍ତି ଏବଂ ଆସନ୍ତା କିଛି ସପ୍ତାହ ଭାତରେ ଏହା ସମ୍ପୂର୍ଣ୍ଣ ହୋଇପାରେ ।
ଟ୍ରମ୍ପ କହିଲେ- “ଆମେ ଚୁକ୍ତି କରିବୁ, ଆମେ ବହୁତ ପାଖରେ ଅଛୁ”
ମଙ୍ଗଳବାର ହ୍ବାଇଟ୍ ହାଉସରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ଏହି ଚୁକ୍ତି କରିବାକୁ ଚାହୁଁଛି ଏବଂ ଆମେ ମଧ୍ୟ କରିବୁ । ସେ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦେଶ ଏହି ଚୁକ୍ତିର ଅତି ନିକଟତର ଅଛନ୍ତି । ପୂର୍ବ ବୁଝାମଣା ତୁଳନାରେ ଏହି ଚୁକ୍ତି ସମ୍ପୂର୍ଣ୍ଣ ଭିନ୍ନ ଧରଣର ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ବର୍ତ୍ତମାନ ଆଲୋଚନା କେବଳ କିଛି ବୈଷୟିକ ଦିଗ ଓ ଭାଷାଗତ ସହମତି ଉପରେ କେନ୍ଦ୍ରିଭୂତ ଅଛି । ଚୁକ୍ତିର ପ୍ରତ୍ୟେକ ସର୍ତ୍ତର ଅର୍ଥ ଉଭୟ ଦେଶ ପାଇଁ ସମାନ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ମାସ ମାସ ଧରି ଚାଲିଥିବା ଆଲୋଚନା ଏବେ ଅନ୍ତିମ ପର୍ଯ୍ୟାୟରେ ଥିବାରୁ କିଛି ସପ୍ତାହ ଭାତରେ ଏହା ଘୋଷଣା ହୋଇପାରେ ।
ସୌଜନ୍ୟ ପ୍ରମେୟ




