ରାଜ୍ୟ
Raid: ଗଞ୍ଜାମରେ ୧୦ ଜୁଆ ଆଡ୍ଡାରେ ଚଢ଼ାଉ: ୬୧ ଗିରଫ, ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ
୬୧ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ମୋଟ ୨ ଲକ୍ଷ ୧୯ ହଜାର ୪୮୦ ଟଙ୍କା ଜବତ କରାଯାଇଛି। ଏଥିସହ ବହୁ ତାସ୍ ପତ୍ତି ଓ ୫ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।

ଛତ୍ରପୁର: ପାର୍ବଣ ଋତୁରେ ସମଗ୍ର ଜିଲ୍ଲା ଉତ୍ସବମୁଖର ହୋଇଥିବା ବେଳେ ବେଆଇନ ଜୁଆ କାରବାର ବିରୋଧରେ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ଚଢ଼ାଉଜାରି ରହିଛି। ଗତ ୨୦ ତାରିଖରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ଟି ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବି. ସି. ସୂଚନା ଦେଇଛନ୍ତି।
ଏହି ଚଢ଼ାଉ ସମୟରେ ମୋଟ ୬୧ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ମୋଟ ୨ ଲକ୍ଷ ୧୯ ହଜାର ୪୮୦ ଟଙ୍କା ଜବତ କରାଯାଇଛି। ଏଥିସହ ବହୁ ତାସ୍ ପତ୍ତି ଓ ୫ଟି ମୋବାଇଲ ଫୋନ ମଧ୍ୟ ଜବତହୋଇଛି।
ଅଧିକ ତଦନ୍ତ ଜାରି ରହିଛି
ଗିରଫ ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଜିଲ୍ଲାରେ ବେଆଇନ ଜୁଆ କାରବାର ସମେତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବିରୋଧରେ ପୁଲିସର କଡ଼ା ଆଭିମୁଖ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସ୍ପି ହରିଶ ବି. ସି. କହିଛନ୍ତି।
ସୌଜନ୍ୟ ସମ୍ବାଦ




