ଦେଶ ବିଦେଶ

Manipur: ମଣିପୁର ଅଶାନ୍ତ, ରାଜ୍ୟବ୍ୟାପୀ ୪୮ ଘଣ୍ଟିଆ ବନ୍ଦ ପାଳନ: ରାଜ୍ୟରେ ୩ ଦିନ ମଧ୍ୟରେ ୫ ଜଣଙ୍କର ହିଂସାଜନିତ ମୃତ୍ୟୁ

ମଣିପୁର ପୁଣିଥରେ ଅଶାନ୍ତ ହୋଇପଡ଼ିଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ହିଂସା ଓ ଉତ୍ତେଜନା ବୃଦ୍ଧି ପାଇଛି। ଗତ ରବିବାର ବିଳମ୍ବିତ ରାତି ଓ ସୋମବାର ଭୋର୍‌ରେ ଦୁଇଟି ପୃଥକ୍‌ ହିଂସା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ଇମ୍ଫାଲ: ମଣିପୁର ପୁଣିଥରେ ଅଶାନ୍ତ ହୋଇପଡ଼ିଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ହିଂସା ଓ ଉତ୍ତେଜନା ବୃଦ୍ଧି ପାଇଛି। ଗତ ରବିବାର ବିଳମ୍ବିତ ରାତି ଓ ସୋମବାର ଭୋର୍‌ରେ ଦୁଇଟି ପୃଥକ୍‌ ହିଂସା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ମଧ୍ୟ ଅନ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ଦୁଇଟି ମୃତଦେହକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ରଖି ଆନ୍ଦୋଳନ କରିଥିଲେ। ପୁଲିସ ସେମାନଙ୍କୁ ବଳପୂର୍ବକ ହଟାଇ ଦେଇଥିଲା।

ଗତ ୩ ଦିନ ମଧ୍ୟରେ ରାଜ୍ୟରେ ହିଂସା ଯୋଗୁଁ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ପ୍ରତିବାଦରେ କାଙ୍ଗପୋକ୍‌ପି ଜିଲ୍ଲା, ଇମ୍ଫାଲ ଉପତ୍ୟକା ସମେତ ରାଜ୍ୟବ୍ୟାପୀ ୪୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦ ସମର୍ଥକମାନେ ଇମ୍ଫାଲ ସହରର ପ୍ରମୁଖ ରାସ୍ତାଗୁଡ଼ିକୁ ଅବରୋଧ କରିଥିଲେ। ପ୍ୟାଲେସ୍‌ କମ୍ପାଉଣ୍ଡ ରୋଡ୍‌, ପାଟ୍‌ସୋଇ, ସିଙ୍ଗଜାମେଇ, ମୟାଇ ଲାମ୍ବି, ଖୋୟାଥଙ୍ଗ ଓ ଖ୍ୱାଇରାମବାନ୍ଦ ଇମା ମାର୍କେଟ୍‌ ବନ୍ଦ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନ ସହ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଛି।

ମୈତେୟୀ ଓ ପଙ୍ଗଲ ମୁସଲମାନ ସମ୍ପ୍ରଦାୟର ଲୋକେ ରହୁଥିବା ଏକ ଅଞ୍ଚଳରେ ସଂଗୀତ କାର୍ଯ୍ୟକ୍ରମକୁ ନେଇ ପ୍ରଥମେ ହିଂସା ଉପୁଜିଥିଲା। ପଥର ଓ ଗୁଳିମାଡ଼ରେ ଅନେକ ଲୋକ ଆହତ ହୋଇଥିଲେ। ପରେ ଗୁଳିମାଡ଼ରେ ଆହତ ଜଣେ ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଘଟଣାରେ ଇମ୍ଫାଲ ପୂର୍ବ ଜିଲ୍ଲାର ନଙ୍ଗଶୁମ ଗ୍ରାମଠାରୁ କିଛି ଦୂରରେ ଥିବା ଖୋଙ୍ଗବଲ ସୁନୁରୋକ ଉୟୋକ ଅଞ୍ଚଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୧୬ ଜଣ ଲୋକ ଏକାଠି କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ଉଗ୍ରପନ୍ଥୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ମଙ୍ଗଳବାର ମଣିପୁରର କୁକି-ଜୋ ସମ୍ପ୍ରଦାୟର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। ସେ କାଠ ସଂଗ୍ରହ ପାଇଁ ଯାଉଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କ ନାମ ପାଓଲେନ ଖୋଙ୍ଗସାଇ। ଏହି ଘଟଣାରେ ଲିମାଖଙ୍ଗ ଥାନାରେ ମାମଲା ରୁଜୁ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button