Breaking News

ସ୍ବଦେଶ ଯୋଜନାରେ ସ୍ଥାନ ପାଇଲା ଦେବ୍ରୀଗଡ଼ ଅଭୟାରଣ୍ୟ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା

ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନାରେ ଦେବ୍ରୀଗଡ଼ ଓ ସମ୍ବଲପୁରର ଖିଣ୍ଡା ଗ୍ରାମକୁ ସାମିଲ କରାଯାଇଛି।  ଉଭୟ ଆକର୍ଷଣୀୟ ସ୍ଥାନ ବୋଲି ମାନ୍ୟତା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ। ସ୍ବଦେଶ ଦର୍ଶନ ଯୋଜନାରେ ଦେବ୍ରୀଗଡ଼ ଓ ସମ୍ବଲପୁରର ଖିଣ୍ଡା ଗ୍ରାମକୁ ସାମିଲ କରାଯାଇଥିବାନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ବରଗଡ ଜିଲାର ଦେବ୍ରୀଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ସମ୍ବଲପୁର ଜିଲାର କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଇଙ୍କ ଜନ୍ମ ସ୍ଥାନକୁ କେନ୍ଦ୍ର ସରକାରଙ୍କ ସ୍ବଦେଶୀ ଦର୍ଶନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

କେନ୍ଦ୍ର ଶିକ୍ଷା , ଦକ୍ଷତା ବିକା ବି ଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.ଜିକିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି। ଓଡ଼ିଶାର ଦେ ବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ୟ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବିଦ୍ଧ ପତ୍ର ପ୍ରକାଶ ପାଇଛି। ଏଥିପାଇଁଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଡ଼ିସେମ୍ବର ୧୧ ତାରିଖ ୨୦୨୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଦେବ୍ରୀଗଡ଼ ଓ ଖିଣ୍ଡା ଗ୍ରାମରେ ପର୍ଯ୍ୟଟନ ଭିତ୍ତିଭୂମିଏବଂ ସୁବିଧାର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ। ସେ ପତ୍ରରେ ଦର୍ଶାଇଥିଲେ ଯେ ବରଗଡ଼ ଜିଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମଗ୍ର ଭାରତବର୍ଷରେ ବିଭିବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଉକ୍ତ ଦୁଇଟି ଐତିହାସିକ ସ୍ଥାନ ଅପାର ସମ୍ଭାବନାର ଅଞ୍ଚଳ । ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗୁଡିକରେ ହୀରାକୁଦ, ହୁମା ମନ୍ଦିରଭଳି ପର୍ଯ୍ୟଟନସ୍ଥଳୀ ଥିବା ବେଳେ ସମ୍ବଲପୁର ଜିଲା ଦେଶ ଏବଂ ଦେଶ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯଥାର୍ଥ ସମ୍ଭାବନା ରଖୁଛି।

ସେହିପରି ଖିଣ୍ଡା ହେଉଛି ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ। ୧୮୫୭ ମସିହା ବ୍ରିଟିଶଟି ବିରୋଧୀ ଲଢେଇରେ ସୁରେନ୍ଦ୍ର ସାଏ ନେତୃତ୍ୱ ନେଇଥିଲେ ଏବଂ ୪୦ ବର୍ଷଧରି ଅଧିକ ସମୟ ଜେଲରେ ବନ୍ଦୀ ହୋଇ ରହିଥିହିଲେ। ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ନାମିତ କରି ଏହି ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେଇଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ଗ୍ରାମର ବିକାଶ ହେଲେ ତାଙ୍କ ଜନ୍ମସ୍ଥାନକୁ ଆସି ଲୋକମାନେ ଏହି ବୀର ସଂଗ୍ରାମୀଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ଜାଣିପାରିବେ।

କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳର ଐତିହାସିକ ପୃଷ୍ଠଭୂମି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବିଷୟରେ ପତ୍ରଯୋଗେ ଅବଗତ କରାଇବା ସହ ଏହି ଦୁଇଟି ସ୍ଥାନ ଗୁଡିକର ବିକାଶ ସହ ପ୍ରଚାର ପ୍ରସାର ହେଲେ ସ୍ଥାନୀୟ ଅର୍ଥନୀତି ମଜଭୂତ ହୋଇପାରିବ ବୋଲି କହିଥିଲେ। ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଓ ଐତିହ୍ୟ  ପ୍ରସାର ହୋଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନପତ୍ରରେ ଉଲ୍ଲେଖ କରିଥିଲେ।

ଉଲ୍ଲେଖନୀୟ ଯେ, ଗତବର୍ଷ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖିଣ୍ଡା ଗସ୍ତରେ ଥିବାବେଳେ ଏହି ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଏହାକୁ ଏକ ଦର୍ଶନୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ।

Comments are closed.