ଦେଶ ବିଦେଶ
Crude oil : ଅଶୋଧିତ ତୈଳ ୧୪୦ ଡଲାର ଛୁଇଁବ : ଗୋଲ୍ଡମ୍ୟାନ୍ ସଚ୍ସର ଆକଳନ
ଆସନ୍ତା ବର୍ଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୧୪୦ ଡଲାରରୁ ଅଧିକ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା, ଭୂରାଜନୈତିକ ସଙ୍କଟ ପାଇଁ ତେଲ ମହଙ୍ଗା ହେବ ବୋଳି ଗୋଲ୍ଡମ୍ୟାନ୍ ସଚ୍ସ ଏହାର ଏକ ରିପୋର୍ଟରେ ଜଣାଇଛି।

ନୂଆଦିଲ୍ଲୀ: ଆସନ୍ତା ବର୍ଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୧୪୦ ଡଲାରରୁ ଅଧିକ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା, ଭୂରାଜନୈତିକ ସଙ୍କଟ ପାଇଁ ତେଲ ମହଙ୍ଗା ହେବ ବୋଳି ଗୋଲ୍ଡମ୍ୟାନ୍ ସଚ୍ସ ଏହାର ଏକ ରିପୋର୍ଟରେ ଜଣାଇଛି। ଏହା କହିଛି ଭୂରାଜନୈତିକ ସଙ୍କଟ ପାଇଁ ତୈଳ ଓ କୃଷିଜାତ ଯୋଗାଣ ପ୍ରଭାବିତ ହେବ। ଚରମ ଜଳବାୟୁ ଘଟଣା ପ୍ରଭାବରେ ଅଶୋଧିତ ତୈଳର, ୟୁରୋପୀୟ ପ୍ରାକୃତି ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବ।ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ହେଉଥିବା ଆକ୍ରମଣ, ମଧ୍ୟପ୍ରାଚ୍ୟର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ଓ ଚଳିତ ବର୍ଷ ୟୁରୋପରେ ସ୍ବାଭାବିକଠାରୁ ଅଧିକ ଶୀତ ହେବା ଆକଳନ କରାଯାଇଥିବାରୁ ତୈଳ ଚାହିଦା ବଢ଼ିବ।
ସୌଜନ୍ୟ ସମ୍ବାଦ




