ରାଜ୍ୟ
People of Mayurbhanj: ମୟୂରଭଞ୍ଜବାସୀଙ୍କୁ ପୂଜା ଭେଟି: ପୁରୀ-ବାଦାମପାହାଡ଼ ଏକ୍ସପ୍ରେସକୁ ମଞ୍ଜୁରି
ମୟୂରଭଞ୍ଜବାସୀଙ୍କୁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଫଳରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ଚଳାଚଳ ସ୍ୱପ୍ନ ସାକାର ହେବାକୁ ଯାଉଛି।

ରାଇରଙ୍ଗପୁର: ମୟୂରଭଞ୍ଜବାସୀଙ୍କୁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଫଳରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ଚଳାଚଳ ସ୍ୱପ୍ନ ସାକାର ହେବାକୁ ଯାଉଛି। ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍କୁ ଅନୁମୋଦନ କରିଛି। ରେଳ ବୋର୍ଡ ପକ୍ଷରୁ ୧୯ ଅକ୍ଟୋବର ୨୦୨୬ରେ ଜାରି ଚିଠି ନଂ ସିସି-୨୦୮/୨୦୨୬ ଏବଂ ୨୦୨୬/ସିଏଚ୍ଜି/୧୬/ ଡବ୍ଲୁସିଆର୍/୪୧- ପିଟିରେ ଏହା ସ୍ପଷ୍ଟ କରାଯାଇଛି। ପୂର୍ବରୁ କେବଳ ରଥଯାତ୍ରାରେ ଏହି ଟ୍ରେନ୍ ଚାଲୁଥିଲା। ରାଷ୍ଟ୍ରପତି ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିଲେ। ପୂର୍ବତଟ ରେଳପଥର ପ୍ରସ୍ତାବ (୧୦.୭.୨୦୨୬)କୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଛି।
ସୌଜନ୍ୟ ସମ୍ବାଦ



