ଖେଳ
Arshdeep Singh; ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଇତିହାସ ରଚିବେ କି ଅର୍ଶଦୀପ ? ଦରକାର….

ନୂଆଦିଲ୍ଲୀ: ଗୁରୁବାରଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଯାଉଛି ଟି-୨୦ ସିରିଜ୍ । ବିଦେଶ ମାଟିରେ ବିଜୟରୁ ଅଭିଯାନ ଆରମ୍ଭ କରିବା ପାଇଁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଟି-୨୦ରେ ଯଦି ଭାରତୀୟ ଦ୍ରୁତ ବୋଲର ୫ ଓ୍ବିକେଟ୍ ନିଅନ୍ତି ତାହେଲେ ସେ ଏକ ବଡ଼ ରେକର୍ଡ କରିପାରିବେ । ଇତିହାସ ରଚିବାଠାରୁ ମାତ୍ର ୫ ଓ୍ବିକେଟ୍ ପଛରେ ରହିଥିବାବେଳେ ଆଜି ସେ ନୂଆ କିର୍ତ୍ତୀମାନ ଅର୍ଜନ କରିପାରିବେ କି ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ମାତ୍ର ୫ ଓ୍ବିକେଟ ଅକ୍ତିଆର କଲେ ଅର୍ଶଦୀପ ଏକ ମାଇଲଖୁଣ୍ଟ ଅତିକ୍ରମ କରିବେ । ସେ ଟି-୨୦ କ୍ରିକେଟରେ ୧୫୦ ଓ୍ବିକେଟ୍ ଅକ୍ତିଆର କରିବାର ରେକର୍ଡ ଅର୍ଜନ କରିବେ । ଯଦି ଆଜି ସେ ଏହି କିର୍ତ୍ତିମାନ ଅର୍ଜନ କରନ୍ତି ତାହେଲେ ବିଶ୍ବର ନବମ ବୋଲରଭାବେ ଏହି ରେକର୍ଡ କରିବେ ।
ସୌଜନ୍ୟ ପ୍ରମେୟ




