ରାଜ୍ୟ

ଅମାପ ସମ୍ପତ୍ତି ଠୁଳ କରିଛନ୍ତି ଯନ୍ତ୍ରୀ, ଏକାବେଳକେ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ

କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି (ଡିସ୍‌ପ୍ରୋପୋର୍ସନେଟ ଆସେଟ୍ସ) ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି। ଜଣେ ଅଧିକାରୀ ଭାବେ ତାଙ୍କର ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରହିଥିବା ଅଭିଯୋଗ ଆଧାରରେ କଟକ ଚାରବାଟିଆ ଆର୍‌ ଆଣ୍ଡ ବି ଡିଭିଜନ ଅଧୀନରେ କାର୍ଯ୍ୟରତ ତପନ ସେଠୀଙ୍କ ବିରୋଧରେ ଏହି ଚଢ଼ାଉ କରାଯାଉଛି। କଟକ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ ୩ଜଣ ଅତିରିକ୍ତ ଏସ୍‌ପି ୬ଜଣ ଡିଏସ୍‌ପି ୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରୁଛି। ଭିଜିଲାନ୍ସ ପକ୍ଷରୁ ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

କଟକ ସିଡିଏ ସେକ୍ଟର-୭, ପ୍ଲଟ ନମ୍ବର ଏଫ୍‌/୭୭୯ରେ ଥିବା ୩ ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ୩ ମହଲା କୋଠା, କଟକ ଜିଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ ଏବଂ ସିମ୍ପ୍ଲେକ୍ସ, ପୁରୀ ଜିଲା କୋଣାର୍କ ଥାନା ଅଧୀନ ଝିଙ୍କିରିଆସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଥିବା ଦୁଇ ମହଲା ଘର, କଟକ ବୟାଳିଶି ମୌଜା ଅନ୍ତର୍ଗତ ବନ୍ତୁଣିଆ ଶିବ ମନ୍ଦିର ନିକଟରେ ଥିବା ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା, ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡ କାର୍ଯ୍ୟାଳୟରେ ଥିବା ଯନ୍ତ୍ରୀଙ୍କ ଅଫିସ ଚାମ୍ବର।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button