ଦେଶ ବିଦେଶ

Haridwar Har Ki Pauri Goes Dry: ଶୁଖିଗଲା ଗଙ୍ଗା, ଦୃଶ୍ୟମାନ ହେଲା ରେଳ ଲାଇନ୍

ହରିଦ୍ୱାରର ବିଶ୍ୱପ୍ରସିଦ୍ଧ ହର୍‌ କି ପୌଡ଼ି ଘାଟ । ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଗଙ୍ଗନହରର ବାର୍ଷିକ ସଫେଇ ଓ ମରାମତି ପାଇଁ ଜଳପ୍ରବାହ ବନ୍ଦ କରାଯିବା ପରେ ଘାଟର ଏକ ବଡ଼ ଅଂଶ ଶୁଖିଲା ଦେଖିବାକୁ ମିଳୁଛି।

ନୂଆଦିଲ୍ଲୀ: ହରିଦ୍ୱାରର ବିଶ୍ୱପ୍ରସିଦ୍ଧ ହର୍‌ କି ପୌଡ଼ି ଘାଟ( ଉତ୍ତରାଖଣ୍ଡର ହରିଦ୍ୱାରରେ ଗଙ୍ଗା ନଦୀ କୂଳରେ ଅବସ୍ଥିତ  ପ୍ରସିଦ୍ଧ ଘାଟ) ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଗଙ୍ଗନହରର ବାର୍ଷିକ ସଫେଇ ଓ ମରାମତି ପାଇଁ ଜଳପ୍ରବାହ ବନ୍ଦ କରାଯିବା ପରେ ଘାଟର ଏକ ବଡ଼ ଅଂଶ ଶୁଖିଲା ଦେଖିବାକୁ ମିଳୁଛି। ସାଧାରଣ ଦିନରେ ଯେଉଁଠି ଗଙ୍ଗାର ପ୍ରବାହ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ, ସେଠାରେ ଏବେ ନଦୀର ତଳଭାଗ ଓ ବର୍ଷ ବର୍ଷ ଧରି ପାଣି ତଳେ ଲୁଚି ରହିଥିବା କିଛି ସଂରଚନା ଦୃଶ୍ୟମାନ ହେଉଛି। ଏହାରି ମଧ୍ୟରେ ପୁରୁଣା ରେଳ ଲାଇନ୍‌ ଭଳି ଦେଖାଯାଉଥିବା ଏକ ସଂରଚନାର ଭିଡିଓ ଓ ଫଟୋ ସୋସିଆଲ୍‌ ମିଡିଆରେ ଦ୍ରୁତଗତିରେ ଭାଇରାଲ୍‌ ହେଉଛି।

ବଦଳିଗଲା ହର୍‌ କି ପୌଡ଼ିର ଦୃଶ୍ୟ

ପ୍ରକୃତରେ, ଉପର ଗଙ୍ଗନହରକୁ ପ୍ରତିବର୍ଷ ନିର୍ଦ୍ଧାରିତ ସମୟ ପାଇଁ ସଫା କରିବା, ପଙ୍କ ବାହାର କରିବା ଏବଂ ଆବଶ୍ୟକ ମରାମତି କାର୍ଯ୍ୟ ପାଇଁ ବନ୍ଦ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨୦ ତାରିଖ ରାତିରୁ ଜଳପ୍ରବାହ ବନ୍ଦ କରାଯାଇଛି। ନଭେମ୍ବର ପ୍ରଥମ ସପ୍ତାହରେ ପୁଣି ଜଳପ୍ରବାହ ଆରମ୍ଭ ହେବାର ସୂଚନା ମିଳିଛି। ଏହି କାରଣରୁ ହର୍‌ କି ପୌଡ଼ିରେ ସାଧାରଣ ଜଳଧାରା ଦେଖିବାକୁ ମିଳୁନାହିଁ। ଜଳସ୍ତର କମିଯିବାରୁ ଶ୍ରଦ୍ଧାଳୁମାନେ ମଧ୍ୟ ଅସୁବିଧାର ସାମ୍ନା କରୁଛନ୍ତି। ଗଙ୍ଗାସ୍ନାନ ଓ ଅନ୍ୟ ଧାର୍ମିକ ରୀତିନୀତି ପାଇଁ ହରିଦ୍ୱାର ଆସିଥିବା ଲୋକମାନେ ଘାଟର ବଦଳିଯାଇଥିବା ରୂପ ଦେଖି ନିରାଶ ହୋଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button