Saudi Arabia: ସାଉଦି ଆରବର କିଙ୍ଗ୍ ଫାହଦ୍ ବିମାନବନ୍ଦରରେ ଆକ୍ରମଣରେ ୨ ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ
ସାଉଦି ଆରବ ଉପରେ ୟେମେନର ହୁତିମାନଙ୍କ ଆକ୍ରମଣ ତୀବ୍ର ହୋଇଛି। ସାଉଦି ଆରବର ଦମ୍ମମସ୍ଥିତ କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ଦମ୍ମମ୍: ସାଉଦି ଆରବ ଉପରେ ୟେମେନର ହୁତିମାନଙ୍କ ଆକ୍ରମଣ ତୀବ୍ର ହୋଇଛି। ସାଉଦି ଆରବର ଦମ୍ମମସ୍ଥିତ କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସାଉଦି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗୁରୁବାର କହିଛନ୍ତି। ଅନ୍ୟ ଜଣେ ମୃତକ ସାଉଦି ନାଗରିକ ବୋଲି କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।
ଏହି ଆକ୍ରମଣରେ ୮ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଭାରତ, ୟେମେନ୍ ଓ ବାଂଲାଦେଶର ନାଗରିକଙ୍କ ସମେତ ବାଂଲାଦେଶୀ ଜାତୀୟତାର ଜଣେ ସାଉଦି ଆରବ ବାସିନ୍ଦା ଅଛନ୍ତି। ରିୟାଦରେ ଥିବା ଭାରତୀୟ ଦୂତାବାସ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛି ଯେ, ଏହା ଘଟଣା ବିଷୟରେ ଅଧିକ ସୂଚନା ସଂଗ୍ରହ ଓ ପୀଡ଼ିତ ପରିବାର ସହିତ ଯୋଗାଯୋଗ କରାଯାଉଛି।
୮ ଜଣ ଲୋକ ଆହତ
ଦୂତାବାସ ପକ୍ଷରୁ ମୃତକଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ଓ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇଛି। ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସାଉଦି କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛି। ସାଉଦି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆକ୍ରମଣ କ୍ଷୟକ୍ଷତି ଆକଳନ କରାଯାଉଛି। ବିମାନବନ୍ଦରରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି।
ସୌଜନ୍ୟ ସମ୍ବାଦ




