ଖେଳ

National Lawn Bowls Begins Today: ଆଜିଠୁ ଜାତୀୟ ଲନ୍‌ ବଲ୍‌: ଓଡ଼ିଶାରୁ ଖେଳିବ ଦୁଇଟି ଦଳ

ବଲାଙ୍ଗୀରର ଆର୍‌ ଏନ୍‌ ସିଂହଦେଓ ସ୍ପୋର୍ଟସ୍‌ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଚଳିତମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍‌ ଏବଂ ଷଷ୍ଠ ୨୫ ବର୍ଷରୁ କମ୍‌ ଲନ୍‌ବଲ୍‌ ପ୍ରତିଯୋଗିତା ଲାଗି ଗୁରୁବାର ଓଡ଼ିଶା ଦଳ ଘୋଷିତ ହୋଇଛି।

ଭୁବନେଶ୍ବର: ବଲାଙ୍ଗୀରର ଆର୍‌ ଏନ୍‌ ସିଂହଦେଓ ସ୍ପୋର୍ଟସ୍‌ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଚଳିତମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍‌ ଏବଂ ଷଷ୍ଠ ୨୫ ବର୍ଷରୁ କମ୍‌ ଲନ୍‌ବଲ୍‌ ପ୍ରତିଯୋଗିତା ଲାଗି ଗୁରୁବାର ଓଡ଼ିଶା ଦଳ ଘୋଷିତ ହୋଇଛି। ରାଜ୍ୟରେ ପ୍ରଥମ ଥର ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ଦୁଇଟି ଦଳ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇଛନ୍ତି। ଉଭୟ ଦଳରେ ୮ଜଣ ଲେଖାଏଁ ଖେଳାଳି ଏବଂ ଦୁଇଜଣ ଲେଖାଏଁ ଅଧିକାରୀ ରହିଛନ୍ତି।
ଓଡ଼ିଶା-ଏ’ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅଂଶୁମାନ ବାଗ, ସିଦ୍ଧାର୍ଥ ଆର୍ଯ୍ୟନ ସାହୁ, ରାଜେଶ୍ବରୀ ସେଠ, ପଦ୍ମାସିନୀ ପୁଟେଲ, ସୁଜ୍ଞାନେନ୍ଦ୍ର ଷଡ଼ଙ୍ଗୀ, କରୁଣାକର ଦାସ, ରୋଶନୀ ସାହୁ ଓ ମନୀଷା ରାଉତ। ଏହି ୮ ଜଣ ଖେଳାଳିଙ୍କ ମଧ୍ୟରୁ ଅଂଶୁମାନ, ସିଦ୍ଧାର୍ଥ, ରାଜେଶ୍ବରୀ ଓ ପଦ୍ମାସିନୀ ୨୫ବର୍ଷରୁ କମ୍‌ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ।

ଅନ୍ୟ ୪ଜଣ ୧୮ବର୍ଷରୁ କମ୍‌ ବର୍ଗରେ ଖେଳିବେ। କୈଳାସ ମାଝୀ ଓ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପ୍ରବନ୍ଧକ ଦାୟିତ୍ବରେ ରହିବେ। ଖେଳାଳିମାନେ ଏକକ ସହ ମିଶ୍ରିତ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରି ରାଜ୍ୟ ପାଇଁ ପଦକ ଜିତିବାକୁ ପ୍ରୟାସ କରିବେ। ସେହିଭଳି ଓଡ଼ିଶା-ବି’ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କ ମଧ୍ୟରୁ ଶୁଭ୍ରାଂଶୁ ଡାଙ୍ଗ, ଉମାଶଙ୍କର ପଟେଲ, ସୀମା ମୁଣ୍ଡା ଓ ଝାନ୍‌ସୀରାଣୀ ସୁନା ୨୫ବର୍ଷରୁ କମ୍‌ ଏବଂ ଜୟଶଙ୍କର ପଟେଲ, ସନ୍ଦୀପ କୁମାର ସାହାଣୀ, ଶିଖା ପୋଢ଼ ଓ ରଶ୍ମି ଦଣ୍ଡସେନା ପ୍ରମୁଖ ୧୮ବର୍ଷରୁ କମ୍‌ ଏକକ ଓ ମିଶ୍ରିତ ବର୍ଗରେ ଖେଳିବେ। ଲଲିତ ଶର୍ମା ଓ ନରସିଂହ ରଣା ଏହି ଦଳର ପ୍ରବନ୍ଧକ ଦାୟିତ୍ବ ତୁଲାଇବେ। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ରାଜ୍ୟ ବୋଲିଂ ସଂଘର ସଭାପତି ଅନଙ୍ଗ ଉଦୟ ସିଂହଦେଓ ଏବଂ ସାଧାରଣ ସଂପାଦକ ସୁମିତ ରଞ୍ଜନ ପୁରୋହିତ ଶୁଭକାମନା ଜ୍ଞାପନ କରିଛନ୍ତି। ଦଳ ଘୋଷଣା ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ଭାରପ୍ରାପ୍ତ ଅଧିକାରୀ ପରାଶର ବାଗ ଏବଂ ପୌରାଧ୍ୟକ୍ଷ ଲିକା ସାହୁ ଉପସ୍ଥିତ ରହି ଖେଳାଳିମାନଙ୍କୁ ଶୁଭକାମନା ଜଣାଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button