ଖେଳ

Asian Para Games: ଏସୀୟ ପାରା କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ୍‌: ନୀତେଶଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ପ୍ରମୋଦ

ଜାପାନରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ବ୍ୟାଡ୍‌ମିଣ୍ଟନରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଶୁକ୍ରବାର ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ଏକକ ଏସ୍‌ଏଲ୍‌୩ ଫାଇନାଲ୍‌ରେ ପୂର୍ବତନ ପାରାଲିମ୍ପିକ୍ସ ବିଜେତା...

ନାଗୋୟା: ଜାପାନରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ବ୍ୟାଡ୍‌ମିଣ୍ଟନରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଶୁକ୍ରବାର ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ଏକକ ଏସ୍‌ଏଲ୍‌୩ ଫାଇନାଲ୍‌ରେ ପୂର୍ବତନ ପାରାଲିମ୍ପିକ୍ସ ବିଜେତା ପ୍ରମୋଦଙ୍କୁ ୨୧-୧୮, ୨୧-୧୬ରେ ନୀତେଶ ପରାସ୍ତ କରି ସ୍ବର୍ଣ୍ଣ କରାୟତ୍ତ କରିଥିଲେ।

ପ୍ରମୋଦ ରୌପ୍ୟ ପାଇଥିଲା ବେଳେ ଏହି ଇଭେଣ୍ଟ୍‌ରେ ଭାରତ ୧-୨ ସଫଳତା ଅର୍ଜନ କରିଥିଲା। ପୁରୁଷ ଏକକ ଏସ୍‌ଏଲ୍‌୪ରେ ମଧ୍ୟ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ନବୀନ ଶିବକୁମାର ୨୧-୯, ୨୧-୧୭ରେ ଇଣ୍ଡୋନେସିଆା ଫ୍ରେଡି ସେତିଆୱାନ୍‌ଙ୍କୁ ହରାଇ ଏହି ପଦକ ଜିତିିଥିଲେ। ମହିଳା ଏକକ ଏସ୍‌ଏଚ୍‌୬ ଫାଇନାଲ୍‌ରେ ଭାରତର ନିତ୍ୟା ଶ୍ରେ ସୁମତି ଶିବାନ ୧୨-୨୧, ୧୩-୨୧ରେ ଚୀନ୍‌ର ଲି ଫେଙ୍ଗମେଇଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି।

ହରବିନ୍ଦର ଓ ବିଜୟ ସ୍ବର୍ଣ୍ଣ କରାୟତ୍ତ

ପୁରୁଷ ତୀରନ୍ଦାଜି ରିକର୍ଭ ଯୁଗଳରେ ଭାରତକୁ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡି ସ୍ବର୍ଣ୍ଣ ଭେଟି ଦେଇଛନ୍ତି। ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୫-୧ରେ ଚୀନ୍‌ ଯୋଡ଼ିଙ୍କୁ ମାତ୍‌ ଦେଇଥିଲେ। ପ୍ରଥମ ସେଟ୍‌ ୩୫-୩୫ରେ ଶେଷ ହେବା ପରେ ପରବର୍ତ୍ତୀ ଦୁଇ ସେଟ୍‌କୁ ୩୭-୩୬, ୩୮-୩୬ରେ ଜିତି ହରବିନ୍ଦର ଓ ବିଜୟ ସ୍ବର୍ଣ୍ଣ କରାୟତ୍ତ କରିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button