ମନୋରଞ୍ଜନ

Kalinga Studio: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଉଦଘାଟିତ ହେବା ପରେ କଳିଙ୍ଗ ଷ୍ଟୁଡିଓରେ ପ୍ରଥମ ଓଡ଼ିଆ ସିନେମା ‘ବିବାହ ଡଟ୍‌ କମ୍‌’ର ହେଲା ସୁଟିଂ

ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ରୂପ ପାଇଥିବା କଳିଙ୍ଗ ଷ୍ଟୁଡିଓର ଉଦ୍‌ଘାଟନ କରିଥିଲେ। ଏହି ଆଧୁନିକ ଷ୍ଟୁଡିଓ ପରିସରରେ ଏବେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ବିବାହ ଡଟ୍‌ କମ୍‌’ର ଗୀତର ସୁଟିଂ ହୋଇଛି।

ଭୁବନେଶ୍ୱର: ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ରୂପ ପାଇଥିବା କଳିଙ୍ଗ ଷ୍ଟୁଡିଓର ଉଦ୍‌ଘାଟନ କରିଥିଲେ। ଏହି ଆଧୁନିକ ଷ୍ଟୁଡିଓ ପରିସରରେ ଏବେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ବିବାହ ଡଟ୍‌ କମ୍‌’ର  ଗୀତର ସୁଟିଂ ହୋଇଛି। ସିନେ ଜଗତରେ ଏକ ନୂଆ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି। ଅନେକ ନୂଆ ଓ ଆକର୍ଷଣୀୟ ସେଟ୍‌ ସହିତ ସଜ୍ଜିତ ଏହି ଷ୍ଟୁଡିଓ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପକୁ ଏକ ଭିନ୍ନ ସ୍ତରକୁ ନେଇଯିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜଣାପଡ଼ିଛି।

ଲୋକାର୍ପିତ ପରେ ପ୍ରଥମ ସିନେମା ଭାବେ ସୁଯୋଗ ପାଇଲା ‘ବିବାହ ଡଟ୍‌ କମ୍‌’

ୱାକ୍ସମ୍ୟାନ ଏଣ୍ଟରଟେନମେଣ୍ଟ (Waxman Entertainment) ବ୍ୟାନରରେ ନିର୍ମିତ ହେଉଥିବା ଏହି ସିନେମାର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ମିଶ୍ର ଥିବାବେଳେ, ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଆପୁ କାନୁନଗୋ। ବର୍ତ୍ତମାନ କଳିଙ୍ଗ ଷ୍ଟୁଡିଓ ଭିତରେ ଚଳଚ୍ଚିତ୍ରର ବିଭିନ୍ନ ଆକର୍ଷଣୀୟ ଗୀତର ସୁଟିଂ ଜୋରସୋରରେ ଚାଲିଛି। ୧୯୮୦ ମସିହାରେ ପ୍ରତିଷ୍ଠା ହେବା ପରଠାରୁ କଳିଙ୍ଗ ଷ୍ଟୁଡିଓ ଅନେକ କାଳଜୟୀ ଓଡ଼ିଆ ସିନେମାର ସାକ୍ଷୀ ରହିଆସିଛି। ୧୯୯୯ ମସିହାର ମହାବାତ୍ୟା ଯୋଗୁଁ ଏହା କ୍ଷତିଗ୍ରସ୍ତ ହୋଇ ଦୀର୍ଘ ଦିନ ଧରି ନିଷ୍ପ୍ରଭ ରହିଥିଲା। ମାତ୍ର ବର୍ତ୍ତମାନ ଏହାର ପୁନଃ ରୂପାୟନ ଏବଂ ନବୀକରଣ ପରେ ‘ବିବାହ ଡଟ୍‌ କମ୍‌’ ଭଳି ଏକ ବ୍ୟୟବହୁଳ ଚଳଚ୍ଚିତ୍ରର ଶୁଟିଂ ଏଠାରେ ଆରମ୍ଭ ହେବା ଏକ ଗୌରବର ବିଷୟ ବୋଲି ଓଡ଼ିଶାର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

‘ବିବାହ ଡଟ୍‌ କମ୍‌’ରେ ବଲିଉଡ୍ ଅଭିନେତା ରାଜେଶ ଶର୍ମା
ଏହି ଚଳଚ୍ଚିତ୍ରରେ କଳାକାରମାନଙ୍କର ଏକ ସୁନ୍ଦର ସମାବେଶ ଦେଖିବାକୁ ମିଳିଛି। ଏଥିରେ ମୁମ୍ବାଇର ବିଶିଷ୍ଟ ଅଭିନେତା ରାଜେଶ ଶର୍ମା, କଲିକତାର ଲୋକପ୍ରିୟ ଅଭିନେତ୍ରୀ ପ୍ରାନ୍ତିକା ଦାସ, ମୁମ୍ବାଇ ର ଅଭିନେତ୍ରୀ ଗୁଲାନ ପାଣ୍ଡେ ବରିଷ୍ଠ ଓଡ଼ିଆ ଅଭିନେତ୍ରୀ ପୁଷ୍ପା ପଣ୍ଡା,ପୁଷ୍ପା ପଣ୍ଡା, ଅଭିନେତା ଅଙ୍କିତ କୁମାର ଏବଂ ଅଭିଷେକ ଗିରି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ଚଳଚ୍ଚିତ୍ରର ଗୀତଗୁଡ଼ିକୁ ନିଜ ନୃତ୍ୟ ନିର୍ଦ୍ଦେଶନାରେ ସଜାଉଛନ୍ତି ବିଦ୍ୟୁତ ସେଠୀ। ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ଶ୍ୟାମା ପ୍ରସାଦ ମିଶ୍ର ତୁଲାଉଛନ୍ତି।

 ଷ୍ଟୁଡିଓର ବିକାଶ ପାଇଁ ଆଗାମୀ ଯୋଜନା

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC) ଏବଂ କଳିଙ୍ଗ ଷ୍ଟୁଡିଓର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡା ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ କଳିଙ୍ଗ ଷ୍ଟୁଡିଓରେ ବର୍ତ୍ତମାନ ଯେତିକି ନୂଆ ସେଟ୍ (Set) ନିର୍ମାଣ କରାଯାଇଛି, ତାହା ପ୍ରଯୋଜକମାନଙ୍କ ପାଇଁ ବହୁତ ସହାୟକ ହେବ। ଏଥିସହିତ, ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ଅତ୍ୟାଧୁନିକ ସେଟ୍ ଅତିଶୀଘ୍ର ପ୍ରସ୍ତୁତ କରାଯିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଉଛି। ସେ ‘ବିବାହ ଡଟ୍‌ କମ୍‌’ ର ସମ୍ପୂର୍ଣ୍ଣ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button