ଦେଶ ବିଦେଶ

Maharashtra: ମହାରାଷ୍ଟ୍ରରେ ଦିନଦ୍ୱିପ୍ରହରରେ ହତ୍ୟା, ସିସିଟିଭିରେ କଏଦ ହେଲା ଘଟଣା

ହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଗୁରୁବାର ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଦେବେଶ ଓରଫ ବଣ୍ଟି ଦୀକ୍ଷିତ।

ମୁମ୍ବାଇ:ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଗୁରୁବାର ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଦେବେଶ ଓରଫ ବଣ୍ଟି ଦୀକ୍ଷିତ। ସେ ଜିମ୍‌ରୁ ଫେରୁଥିବାବେଳେ ଜଣେ ବ୍ୟକ୍ତି କାର୍‌ରେ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲେ। ଏହାପରେ ରାସ୍ତାରେ ପଡ଼ିଯାଇଥିବା ଦେବେଶଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଘଟଣାର ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

ପୁରୁଣା ବ୍ୟବସାୟିକ ବିବାଦରୁ ହତ୍ୟା ସନ୍ଦେହ

ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ମୃତକଙ୍କ ସହ ଅଭିଯୁକ୍ତ ପବନ ପରାଶରଙ୍କର ପୂର୍ବରୁ ବନ୍ଧୁତା ଥିଲା। ପରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଓ ପୁରୁଣା ବିବାଦ ଯୋଗୁଁ ଉଭୟଙ୍କ ସମ୍ପର୍କ ତିକ୍ତ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ପବନ ନିଜେ ସିଡ୍‌କୋ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ବେଳେ ହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଦେବେଶ ଏକ ମେସ୍‌ ଚଳାଇବା ସହ ପ୍ଲଟ୍‌ କିଣାବିକା ବ୍ୟବସାୟରେ ମଧ୍ୟ ଜଡ଼ିତ ଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button