ଦେଶ ବିଦେଶ

Rahul Gandhi: ମୋଦୀଙ୍କୁ କୁହନ୍ତୁ ଅଭିଯୁକ୍ତ ନମ୍ବର ୪ ଜ୍ଞାନେଶ କୁମାରଙ୍କୁ ହଟାଇବେ: ପ୍ରତିବାଦ ୩୦ ସେକେଣ୍ଡରେ ବନ୍ଦ ହୋଇଯିବ, ରାହୁଲଙ୍କ ଘୋଷଣା

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ଏକ ରାଲି କରିବା ପାଇଁ ଜିଦ୍ ଧରିଛନ୍ତି। ସେ ପୁଣି ଥରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସମ୍ପର୍କରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ଏକ ରାଲି କରିବା ପାଇଁ ଜିଦ୍ ଧରିଛନ୍ତି। ସେ ପୁଣି ଥରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସମ୍ପର୍କରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ରାହୁଲ ଗାନ୍ଧୀ ଦିଲ୍ଲୀ ବ୍ୟବସାୟୀଙ୍କ ଆବେଦନକୁ ନେଇ କହିଛନ୍ତି ଯେ, ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇଲେ ହିଁ ଆନ୍ଦୋଳନ ଶେଷ ହେବ।

୩୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯିବ ପ୍ରତିବାଦ
ରାହୁଲ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଦିଲ୍ଲୀର ପ୍ରତ୍ୟେକ ବ୍ୟବସାୟୀଙ୍କୁ ଆମେ ଭଲ ପାଉଛୁ, ଆମେ ତୁମର କଥା ଶୁଣୁଛୁ। ସରକାର ମେଟ୍ରୋ ବନ୍ଦ କରିଦେଇଥିଲେ,ରାସ୍ତାଗୁଡ଼ିକୁ ସିଲ୍ କରିଦେଇ ରାଜଧାନୀରେ ଲକ୍ ଡାଉନ ସ୍ଥିତି ସୃଷ୍ଟି କରିଥିଲେ। ଯେତେବେଳେ ଭୋଟ ଚୋରି ହୋଇଥାଏ ତେସେବେଳେ କିଛି ବି ସୁରକ୍ଷିତ ରହି ନଥାଏ। ନା ତୁମର ଦୋକାନ, ନା ତୁମର ସଞ୍ଚୟ, ନା ତୁମର ପିଲାମାନଙ୍କର ଭବିଷ୍ୟତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁହ ଅଭିଯୁକ୍ତ ନମ୍ବର ୪ ଜ୍ଞାନେଶ କୁମାରଙ୍କୁ ହଟାନ୍ତୁ। ଏହାପରେ ପ୍ରତିବାଦ ୩୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯିବ।

ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖି ୨୫ ହଜାର କୋଟିର ସମ୍ଭାବ୍ୟ କ୍ଷତି ବିଷୟରେ ସୂଚିତ କରିଥିଲା। ସଂଗଠନ ପୂର୍ବରୁ ଅକ୍ଟୋବର ୨୪ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ସାରିଛି। ଦୀପାବଳି ସମୟରେ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ସମ୍ଭାବ୍ୟ ପ୍ରଭାବ କ୍ଷତି ବିଷୟରେ ଉଲ୍ଲେଖ କରିସାରିଛି। ଏବେ ଖାର୍ଗେଙ୍କୁ ଏକ ଚିଠି ଲେଖି ସଂଗଠନ ରାଲି ତାରିଖ ପରିବର୍ତ୍ତନ କରିବା ପାଇଁ ଆବେଦନକୁ ଦୋହରାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button