Purchase: ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ମଧ୍ୟରେ ପ୍ରକୃତ ପାର୍ଥକ୍ୟ କ’ଣ? କିଣାକିଣି କରିବା ସମୟରେ ଜାଣିବା ଜରୁରୀ ୫ଟି ମୁଖ୍ୟ କଥା
ବଜାରରୁ କୌଣସି ଜିନିଷ, ବିଶେଷ କରି ଇଲେକ୍ଟ୍ରୋନିକ୍ସ କିମ୍ବା ଘରୋଇ ଉପକରଣ କିଣିବା ସମୟରେ ଗ୍ରାହକମାନେ ପ୍ରାୟତଃ 'ଗ୍ୟାରେଣ୍ଟି' (Guarantee) ଏବଂ 'ୱାରେଣ୍ଟି' (Warranty) ଶବ୍ଦ ଦୁଇଟି ଶୁଣିବାକୁ ପାଇଥା’ନ୍ତି।

ନୂଆଦିଲ୍ଲୀ: ବଜାରରୁ କୌଣସି ଜିନିଷ, ବିଶେଷ କରି ଇଲେକ୍ଟ୍ରୋନିକ୍ସ କିମ୍ବା ଘରୋଇ ଉପକରଣ କିଣିବା ସମୟରେ ଗ୍ରାହକମାନେ ପ୍ରାୟତଃ ‘ଗ୍ୟାରେଣ୍ଟି’ (Guarantee) ଏବଂ ‘ୱାରେଣ୍ଟି’ (Warranty) ଶବ୍ଦ ଦୁଇଟି ଶୁଣିବାକୁ ପାଇଥା’ନ୍ତି। କିନ୍ତୁ ଅଧିକାଂଶ ଲୋକ ଏହି ଦୁଇଟିକୁ ଏକାଭଳି ଭାବି ଭୁଲ୍ କରିଥା’ନ୍ତି, ପ୍ରକୃତରେ ଏଗୁଡ଼ିକ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି।
ଜିନିଷ କିଣିବା ସମୟରେ ଠକାମିରୁ ବର୍ତ୍ତିବା ଏବଂ ସଠିକ୍ ସୁବିଧା ପାଇବା ପାଇଁ ଏହି ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟ ଜାଣିବା ନିହାତି ଆବଶ୍ୟକ
୧. ଗ୍ୟାରେଣ୍ଟି: ଗ୍ୟାରେଣ୍ଟି ହେଉଛି କୌଣସି ଉତ୍ପାଦର ଗୁଣବତ୍ତା ଉପରେ ଏକ ପ୍ରକାରର ଭରସା। ଯଦି କୌଣସି ଜିନିଷ ଉପରେ ଗ୍ୟାରେଣ୍ଟି ମିଳିଥାଏ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେଥିରେ କିଛି ତ୍ରୁଟି ଦେଖାଦିଏ, ତେବେ କମ୍ପାନି କିମ୍ବା ଦୋକାନୀ ସେହି ସାମଗ୍ରୀକୁ ମରାମତି କରିବା ସହିତ ଆବଶ୍ୟକ ପଡ଼ିଲେ ବଦଳାଇ ନୂଆ ଦେଇଥାନ୍ତି କିମ୍ବା ପଇସା ମଧ୍ୟ ଫେରସ୍ତ କରିଥା’ନ୍ତି।
୨. ୱାରେଣ୍ଟି: ୱାରେଣ୍ଟି ହେଉଛି ଏକ ପ୍ରକାର ଲିଖିତ ପ୍ରତିଶ୍ରୁତି। ଏହା ଅଧୀନରେ ନିର୍ଦ୍ଦିଷ୍ଟ ସମୟସୀମା (ଯଥା- ୧ ବର୍ଷ କିମ୍ବା ଅଧିକ) ଭିତରେ ଯଦି ସାମଗ୍ରୀଟି ଖରାପ ହୁଏ, ତେବେ କମ୍ପାନି ଏହାକୁ ମାଗଣାରେ କିମ୍ବା କିଛି ମୂଲ୍ୟରେ ମରାମତି କରିଦିଏ। କିନ୍ତୁ ୱାରେଣ୍ଟିରେ ସାମଗ୍ରୀଟି ସମ୍ପୂର୍ଣ୍ଣ ବଦଳି ନଥାଏ, କେବଳ ତ୍ରୁଟିଯୁକ୍ତ ପାର୍ଟସ୍ ବା ଅଂଶଗୁଡ଼ିକୁ ଠିକ୍ କରାଯାଇଥାଏ।
ସୌଜନ୍ୟ ସମ୍ବାଦ




