ଦେଶ ବିଦେଶ

Sensex: ସେନ୍‌ସେକ୍ସରେ ୪୮୩ ପଏଣ୍ଟ ବୃଦ୍ଧି

ନିବେଶକମାନେ ଧାତବ, ସୂଚନା ପ୍ରଯୁକ୍ତି ଓ ଅନ୍ୟ ବଡ଼ କମ୍ପାନିର ସେୟାର ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୪୮୩ ପଏଣ୍ଟ ବୃଦ୍ଧି ପାଇ ୭୩,୬୦୬ ପଏଣ୍ଟରେ ବନ୍ଦ ହୋଇଛି।

ମୁମ୍ବାଇ: ନିବେଶକମାନେ ଧାତବ, ସୂଚନା ପ୍ରଯୁକ୍ତି ଓ ଅନ୍ୟ ବଡ଼ କମ୍ପାନିର ସେୟାର ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୪୮୩ ପଏଣ୍ଟ ବୃଦ୍ଧି ପାଇ ୭୩,୬୦୬ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୫୩ ପଏଣ୍ଟ ବୃଦ୍ଧି ପାଇ ୨୨,୭୫୩ ପଏଣ୍ଟରେ ବନ୍ଦ ହୋଇଛି। ଆଜି ଆଦାନୀ ପୋର୍ଟସ୍‌, ଇଟରନାଲ୍‌, ଟାଟା ଷ୍ଟିଲ୍‌, ଏୟାରଟେଲ୍‌, ଆଇଟିସି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ ବଢ଼ିଥିଲା। ଅନ୍ୟ ପକ୍ଷରେ ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏଚ୍‌ସିଏଲ୍‌ ଟେକ୍ନୋ‌ଲୋଜିସ୍‌, ପାୱାରଗ୍ରିଡ୍‌ ଓ ମାରୁତି ସୁଜୁକି ସେୟାର ମୂଲ୍ୟ କମିଥିଲା।

ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଥିଲା। ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲ୍‌କୁ ୧୧୫ ଡଲାରକୁ ହ୍ରାସ ପାଇଥିଲା। ଏଥି ସହିତ ୟୁଏସ୍‌ ଟେକ୍ସାସ୍‌ ଇଣ୍ଟରମେଡିଏଟ୍‌ କ୍ରୁଡ୍‌ ଦର ୧୦୧.୩୬ ଡଲାରକୁ ହ୍ରାସ ପାଇଥିଲା। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ୯୫ ଟଙ୍କା ୧୮ ପଇସାରେ ପହଞ୍ଚିଛି ଯାହା ଏହାର ପୂର୍ବ ସ୍ଥିତି ତୁଳନାରେ ଉନ୍ନତ। ତେଲ ଦର କମିବା ଓ ଟଙ୍କା ମୂଲ୍ୟରେ ସୁଧାର ହୋଇଥିବାରୁ ଇକ୍ବିଟି ବଜାରରେ ଉତ୍ସାହ ଫେରିଛି। ଆଗାମୀ ଦିନରେ ନିବେଶକମାନଙ୍କ ନଜର ତେଲ ଦର, ଭୂରାଜନୈତିକ ସଙ୍କଟ ଓ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧକୁ ନେଇ ନେଉଥିବା ନିଷ୍ପତ୍ତି ଉପରେ ରହିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button