ଦେଶ ବିଦେଶ

Rape: ନାବାଳିକା ସହିତ ସମ୍ପର୍କ ରଖିବା ଅଭିଯୋଗରେ ବାପା, ୧୮ ବର୍ଷୀୟ ପୁଅଙ୍କୁ ମୁଖ୍ୟ ରାସ୍ତାରେ ଉଲଗ୍ନ ବୁଲାଇଲେ ଅଭିଯୁକ୍ତ

୩ ବର୍ଷୀୟା ଜଣେ ନାବାଳିକା ସହିତ ସମ୍ପର୍କ ରଖିବାକୁ ନେଇ ରବିବାର କୋଲକାତାର ସାରସୁନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟ କିଶୋର, ତାଙ୍କ ବାପା ଓ ବନ୍ଧୁଙ୍କୁ ନାବାଳିକାଙ୍କ ପରିବାର ବନ୍ଧୁକମୁନରେ ରଖି ଧମକ ଦେବା ସହିତ ଉଲଗ୍ନ କରି...

କୋଲକାତା: ୧୩ ବର୍ଷୀୟା ଜଣେ ନାବାଳିକା ସହିତ ସମ୍ପର୍କ ରଖିବାକୁ ନେଇ ରବିବାର କୋଲକାତାର ସାରସୁନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟ କିଶୋର, ତାଙ୍କ ବାପା ଓ ବନ୍ଧୁଙ୍କୁ ନାବାଳିକାଙ୍କ ପରିବାର ବନ୍ଧୁକମୁନରେ ରଖି ଧମକ ଦେବା ସହିତ ଉଲଗ୍ନ କରି ମୁଖ୍ୟ ରାସ୍ତାରେ ବୁଲାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାମା’ ଓ ମୁଖ୍ୟ ଅଭିଯୁକ୍ତ ମାମୁଁ ରାହୁଲ ବର୍ମନଙ୍କ ସମେତ ତିନି ଜଣଙ୍କୁ ପୁଲିସ ଗିରଫ କରିଛି।

ନାବାଳିକାଙ୍କ ସହିତ କିଶୋରଙ୍କ ସମ୍ପର୍କକୁ ପରିବାର ବିରୋଧ କରୁଥିଲା। ତେବେ ରବିବାର ସନ୍ଧ୍ୟାରେ କିଶୋର ଜଣକ ତାଙ୍କ ବନ୍ଧୁଙ୍କ ସହିତ ବସୁନ୍ଧରା ପାର୍କରେ ନାବାଳିକାଙ୍କୁ ଭେଟିବାକୁ ଯାଇଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଧରିବା ସହିତ ସେଠାକୁ ତାଙ୍କ ବାପାଙ୍କୁ ଡକେଇ ଥିଲେ। ରାହୁଲ ବର୍ମନ ଏକ ବନ୍ଧୁକ ଦେଖାଇ କିଶୋର, ତାଙ୍କ ବାପା ଓ ବନ୍ଧୁଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏପରିକି କିଶୋରଙ୍କ ବାପାଙ୍କୁ ପୁଅକୁ ଗୁଳିକରି ନହେଲେ ଛୁରି ଭୁସି ହତ୍ୟା କରିବାକୁ କହିଥିଲେ। ଯେତେବେଳେ ବାପା ସେସବୁ କରିବାକୁ ମନା କରିଦେଲେ ତିନି ଅଭିଯୁକ୍ତ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚାଲିବାକୁ ବାଧ୍ୟ କରିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button