ଦେଶ ବିଦେଶ

Emergency Alert: ୟୁକେ-ଆମେରିକା-ଜାପାନରେ ଆଲର୍ଟ, ଘରେ ରଖନ୍ତୁ ୭୨ ଘଣ୍ଟାର ଜରୁରୀ ସାମଗ୍ରୀ

ଘରେ ଅଛି ତ ପିଇବା ପାଣି? ରହିଛି ତ ଅତି କମରେ ତିନି ଦିନର ଖାଦ୍ୟ? ଆଉ ଜରୁରୀ ଔଷଧ, ଟର୍ଚ୍ଚ, ବ୍ୟାଟେରୀ ଓ କିଛି ନଗଦ ଟଙ୍କା ଆଞ୍ଜା ହଁ ବ୍ରିଟେନ୍ କହୁଛି, ଘରେ ରଖନ୍ତୁ ୭୨ ଘଣ୍ଟାର ଜରୁରୀ ସାମଗ୍ରୀ। ଆମେରିକା ନିଜ ସାମରିକ ଘାଟିକୁ ୯୦ ଦିନ ପର୍ଯ୍ୟନ୍ତ ବାହ୍ୟ ସହାୟତା ବିନା ଚଳାଇବା ଦିଗରେ ପ୍ରସ୍ତୁତି କରୁଛି। ଆଉ ଏବେ ଜାପାନ ମଧ୍ୟ ଲୋକଙ୍କୁ ଖାଦ୍ୟ, ପାଣି ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିବାକୁ ଯାଉଛି।

ନୂଆଦିଲ୍ଲୀ:  ଘରେ ଅଛି ତ ପିଇବା ପାଣି? ରହିଛି ତ ଅତି କମରେ ତିନି ଦିନର ଖାଦ୍ୟ? ଆଉ ଜରୁରୀ ଔଷଧ, ଟର୍ଚ୍ଚ, ବ୍ୟାଟେରୀ ଓ କିଛି ନଗଦ ଟଙ୍କା ଆଞ୍ଜା ହଁ  ବ୍ରିଟେନ୍ କହୁଛି, ଘରେ ରଖନ୍ତୁ ୭୨ ଘଣ୍ଟାର ଜରୁରୀ ସାମଗ୍ରୀ। ଆମେରିକା ନିଜ ସାମରିକ ଘାଟିକୁ ୯୦ ଦିନ ପର୍ଯ୍ୟନ୍ତ ବାହ୍ୟ ସହାୟତା ବିନା ଚଳାଇବା ଦିଗରେ ପ୍ରସ୍ତୁତି କରୁଛି। ଆଉ ଏବେ ଜାପାନ ମଧ୍ୟ ଲୋକଙ୍କୁ ଖାଦ୍ୟ, ପାଣି ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିବାକୁ ଯାଉଛି। ତେବେ କ’ଣ ବିଶ୍ୱ ଉପରେ ମାଡ଼ି ଆସୁଛି କୌଣସି ବଡ଼ ବିପଦ? ଯୁଦ୍ଧ, ସାଇବର ଆକ୍ରମଣ ନା ପ୍ରାକୃତିକ ବିପର୍ଯ୍ୟୟ? ଆସନ୍ତୁ ଜାଣିବା, କାହିଁକି ଆଗୁଆ ସତର୍କ ହେଉଛନ୍ତି ବିଶ୍ୱର ବଡ଼ ବଡ଼ ଦେଶ। ବିପଦ କେତେବେଳେ ଆସିବ, ତାହା କହିବା ମୁସ୍କିଲ୍। ହେଲେ ବିପଦ ଆସିବା ପୂର୍ବରୁ ପ୍ରସ୍ତୁତ ରହିବା ହିଁ ସବୁଠାରୁ ବଡ଼ ସୁରକ୍ଷା। ଏହି ବାର୍ତ୍ତା ନେଇ ଏବେ ଆଗକୁ ବଢ଼ୁଛନ୍ତି ବ୍ରିଟେନ୍, ଆମେରିକା ଓ ଜାପାନ।

ତିନି ଦେଶର ଚିନ୍ତା ଅଲଗା, ହେଲେ ଲକ୍ଷ୍ୟ ଗୋଟିଏ ସଙ୍କଟ ସମୟରେ ଯେମିତି ଜନଜୀବନ ଠପ୍ ନହୁଏ । ବ୍ରିଟେନ୍ ସରକାରଙ୍କ ‘ବି ରେଡି’ ଅଭିଯାନ ଅନୁସାରେ, ଲୋକେ ଘରେ ଅତି କମରେ ୭୨ ଘଣ୍ଟା ପାଇଁ ଆବଶ୍ୟକ ସାମଗ୍ରୀ ରଖିବା ଉଚିତ। ପିଇବା ପାଣି, ଦୀର୍ଘ ସମୟ ରହିପାରୁଥିବା ଖାଦ୍ୟ, ଔଷଧ, ଟର୍ଚ୍ଚ, ବ୍ୟାଟେରୀ, ପାୱାର ବ୍ୟାଙ୍କ୍ ଓ ନଗଦ ଟଙ୍କା ଏଥିରେ ସାମିଲ। କାରଣ ବନ୍ୟା, ଭୟଙ୍କର ପାଣିପାଗ, ବିଦ୍ୟୁତ୍ ବିଭ୍ରାଟ, ସାଇବର ଆକ୍ରମଣ କିମ୍ବା ଜରୁରୀ ସେବା ବାଧାପ୍ରାପ୍ତ ହେଲେ ପ୍ରଥମ କିଛି ଦିନ ନିଜେ ନିଜର ସାହାରା ହେବାକୁ ପଡ଼ିପାରେ।   ସେପଟେ ଆମେରିକାର ପ୍ରସ୍ତୁତି ଆଉ ଟିକିଏ ଭିନ୍ନ।

ସାମରିକ ଘାଟିଗୁଡ଼ିକୁ ୯୦ ଦିନ ପର୍ଯ୍ୟନ୍ତ ବାହ୍ୟ ଯୋଗାଣ ଉପରେ କମ୍ ନିର୍ଭରଶୀଳ କରିବା ଦିଗରେ ଯୋଜନା ରହିଛି। ବଡ଼ ଯୁଦ୍ଧ, ସାଇବର ଆକ୍ରମଣ କିମ୍ବା ବିଦ୍ୟୁତ୍ ଓ ଯୋଗାଣ ବ୍ୟବସ୍ଥା ଉପରେ ଆକ୍ରମଣ ହେଲେ ମଧ୍ୟ ସାମରିକ ଘାଟି ଯେପରି କାର୍ଯ୍ୟକ୍ଷମ ରହିବ, ସେଥିପାଇଁ ଶକ୍ତି, ଇନ୍ଧନ ଓ ବ୍ୟାକଅପ୍ ବ୍ୟବସ୍ଥାକୁ ମଜବୁତ କରାଯାଉଛି।  ଅନ୍ୟପଟେ ଜାପାନର ମୁଖ୍ୟ ଚିନ୍ତା ହେଉଛି ଭୂମିକମ୍ପ, ସୁନାମି ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ। ବଡ଼ ଭୂମିକମ୍ପ ପରେ ବିଦ୍ୟୁତ୍, ପାଣି ଓ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ତେଣୁ ଲୋକେ ଅତି କମରେ ତିନି ଦିନ, ସମ୍ଭବ ହେଲେ ଗୋଟିଏ ସପ୍ତାହ ପାଇଁ ଖାଦ୍ୟ, ପାଣି ଓ ଜରୁରୀ ସାମଗ୍ରୀ ରଖିବାକୁ ପ୍ରସ୍ତୁତ ହେଉଛନ୍ତି।  ତେବେ ଏହି ପ୍ରସ୍ତୁତିର ଅର୍ଥ ନୁହେଁ ଯେ ତିନି ଦେଶ ଯୁଦ୍ଧ କିମ୍ବା ବଡ଼ ଆକ୍ରମଣର ନିଶ୍ଚିତ ଚେତାବନୀ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ, ସାଇବର ଆକ୍ରମଣ, ଯୋଗାଣ ବ୍ୟବସ୍ଥାରେ ବାଧା ଓ ବିଶ୍ୱରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏହା ପଛରେ ଥିବା ପ୍ରମୁଖ ଚିନ୍ତା। ଅର୍ଥାତ୍, ବିପଦକୁ ଅପେକ୍ଷା ନକରି ଆଗୁଆ ପ୍ରସ୍ତୁତି ଉପରେ ଜୋର୍ ଦେଉଛନ୍ତି ସରକାର।    ସଙ୍କଟ କେବେ ଆସିବ, କେହି ଜାଣେନି। ହେଲେ ସଠିକ୍ ପ୍ରସ୍ତୁତି ଅନେକ ଜୀବନ ବଞ୍ଚାଇପାରେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button