Breaking News

ଜିଲା ପ୍ରେସକ୍ଳବ ନିର୍ବାଚନ: ସୁନୀଲ ସଭାପତି ଓ ବୀରେନ୍ଦ୍ର ସମ୍ପାଦକ ନିର୍ବାଚିତ

ଫୁଲବାଣୀ: ଜିଲା ପ୍ରେସକ୍ଳବର ଦ୍ୱିବାର୍ଷିକ ନିର୍ବାଚନ ଜିଲା ପ୍ରେସକ୍ଳବଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ପୁନର୍ବାର ସଭାରୂପେ ନିର୍ବାଚିତ ହୋଇଥିବା ବେଳେ, ଅଶୋକ ପରିଡା ପୁନଃ କାର୍ଯ୍ୟକାରୀ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ବୀରେନ୍ଦ୍ର ସୁବୁଦ୍ଧି ସାଧାରଣ ସମ୍ପାଦକ ଭାବେ, ଉପସଭାପତି ଭାବେ ସୂର୍ଯ୍ୟ ନାରାୟଣ ବେହେରା ଓ ବିମଳ ବେହେରା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ଭାବେ ଜୟସେନ ପରିଡା ନିର୍ବାଚିତ ହୋଇଛନ୍ତି।

ଜିଲା ପ୍ରେସକ୍ଳବର ୩୬ଜଣ ସଦସ୍ୟ ନିର୍ବାଚନରେ ଭାଗ ନେଇଥିଲେ। ନିର୍ବାଚନ ପରିଚାଳନା ପାଇଁ ବରିଷ୍ଠ ସଦସ୍ୟ ବିଜୟ କୁମାର ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ମନୋନୀତ ହୋଇଥିବା ବେଳେ ସନ୍ତୋଷ କୁମାର ଦିଗାଲ ସହଯୋଗ କରିଥିଲେ। ନିର୍ବାଚନ କାର୍ଯ୍ୟ ଦୁଇଜଣ ବରିଷ୍ଠ ସାମ୍ବାଦିକ ସୂଚାରୁରୂପେ ପରିଚାଳନା କରିଥିଲେ। ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଆଗାମୀ ଦିନରେ ପ୍ରେସକ୍ଳବର ଉନ୍ନତି ପାଇଁ ନୂତନ କମିଟି ଧ୍ୟାନ ଦେବ ବୋଲି ନବ ନିର୍ବାଚିତ ସଭାପତି ସୂଚନା ଦେଇଥିଲେ। ଆଗାମୀ ବୈଠକରେ କାର୍ଯ୍ୟକାରୀ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯିବ ବୋଲି ସଭାପତି ଓ ସମ୍ପାଦକ କହିଥିଲେ। ବିଦାୟୀ କମିଟିକୁ ଧନ୍ୟବାଦ ଜଣାଇବା ସହ ଓ ନୂତନ କମିଟିକୁ ପ୍ରେସକ୍ଳବ ସଦସ୍ୟମାନେ ଶୁଭେଚ୍ଛା ଜଣାଇଥିଲେ।

Comments are closed.