Cricket: ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଷେକଙ୍କ ବିସ୍ଫୋରକ ଶତକ; ତା’ପରେ ପଡ଼ିଆରେ ଶୁଭିଲା ଓଁ ନମଃ ଶିବାୟ ଜପ
ୱେଲିଂଟନ୍ର ହେନ୍ରି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡର ବୋଲରଙ୍କୁ ନିସ୍ତୁକ ପିଟିବା ପରେ ଭାରତୀୟ ଟିମ୍ର ଯୁବ ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ନିଜର ଉତ୍ସାହ ଏକ ଭିନ୍ନ ଶୈଳୀରେ ଦର୍ଶକଙ୍କୁ ଦେଖାଇଛନ୍ତି। ମାତ୍ର ୩୫ଟି ବଲ୍ରେ ଆକର୍ଷଣୀୟ ଶତକ ହାସଲ କରିବା ପରେ...

ନୂଆଦିଲ୍ଲୀ: ୱେଲିଂଟନ୍ର ହେନ୍ରି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡର ବୋଲରଙ୍କୁ ନିସ୍ତୁକ ପିଟିବା ପରେ ଭାରତୀୟ ଟିମ୍ର ଯୁବ ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ନିଜର ଉତ୍ସାହ ଏକ ଭିନ୍ନ ଶୈଳୀରେ ଦର୍ଶକଙ୍କୁ ଦେଖାଇଛନ୍ତି। ମାତ୍ର ୩୫ଟି ବଲ୍ରେ ଆକର୍ଷଣୀୟ ଶତକ ହାସଲ କରିବା ପରେ ଅଭିଷେକ ଯେଉଁଭଳି ଭାବରେ ବସି ତପସ୍ୟା ମୁଦ୍ରାରେ ହାତଯୋଡ଼ିଲେ ଏବଂ ‘ଓଁ ନମଃ ଶିବାୟ’ ଜପ କଲେ, ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ମୁକାବିଲାରେ ୧୯୯ ରନ୍ର ଲକ୍ଷ୍ୟ ୧୩.୨ ଓଭରରେ ୪ଟି ୱିକେଟ୍ ହରାଇ ହାସଲ କରିଛି। ଏଥି ସହିତ ଶ୍ରେୟସ ଆୟରଙ୍କ ଟିମ୍ ୫ଟି ମ୍ୟାଚ୍ର ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ହାସଲ କରିଛି। ଏହା ପୂର୍ବରୁ ଘରୋଇ ଦଳ ଡେରିଲ ମିଚେଲ (ଅପରାଜିତ ୮୯ ରନ୍) ଏବଂ ଫିନ୍ ଏଲନ (୪୦)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୩ଟି ୱିକେଟ୍ ହରାଇ ୧୯୮ ରନ୍ କରିଥିଲେ।
ଲକ୍ଷ୍ୟ ପଛରେ ଗୋଡେଇ ଭାରତୀୟ ଟିମ୍ ପାଇଁ ଅଭିଷେକ ଶର୍ମା ପଡ଼ିଆରେ ଛକା-ଚୌକା ବର୍ଷା କରିଥିଲେ। ସେ କେବଳ ୩୮ଟି ବଲ୍ର ସାମ୍ନା କରି ୧୧ଟି ଛକା ଏବଂ ୯ଟି ଚୌକା ବଳରେ ୧୧୩ ରନ୍ କରିଥିଲେ। ଏହି ସମୟରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୧୯ଟି ବଲ୍ ଖେଳି ୪୫ ରନ୍ କରିଥିଲେ। ସେ ଅଭିଷେକ ଶର୍ମାଙ୍କୁ ଭଲ ସହଯୋଗ କରିଥିଲେ।
ସୌଜନ୍ୟ ସମ୍ବାଦ




