Breaking News

ଭାରତୀୟ ଶ୍ରମସମ୍ମିଳନୀ-୨୦୨୪ 

ଭୁବନେଶ୍ଵର : କେରଳରକୋଝିକୋଡ଼ିଠାରେଭାରତୀୟଶ୍ରମସମ୍ମିଳନୀ-୨୦୨୪ଅନୁଷ୍ଠିତହୋଇଥିଲା । ଏହି ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ ଶ୍ରମ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡିଶାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମାବିଭାଗର ଅତିରିକ୍ତ ଶାସନ ସଚିବ  ନୀତି ରଞ୍ଜନ ସେନ, ସମ୍ମାନିତ ବକ୍ତା ଭାବରେ ସମ୍ମିଳନୀରେ ଯୋଗଦେଇ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମ ଅଧିକାରୀମାନଙ୍କ ସହିତ ଓଡ଼ିଶା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରମ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । 

Comments are closed.