Judgement: ଜାମିନ ପାଇଁ ସୁପ୍ରିମ୍କୋର୍ଟ ଗଲେ ଉମର ଖାଲିଦ, ଶରଜିଲ ଇମାମ୍
୨୦୨୦ ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ଏକ ବଡ଼ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଉମର ଖାଲିଦ ଓ ଶରଜିଲ ଇମାମ୍ ଜାମିନ ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ଗବେଷକ ଖାଲିଦ ଓ ଛାତ୍ର କାର୍ଯ୍ୟକର୍ତ୍ତା ଇମାମ୍...

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ଏକ ବଡ଼ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଉମର ଖାଲିଦ ଓ ଶରଜିଲ ଇମାମ୍ ଜାମିନ ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ)ର ଗବେଷକ ଖାଲିଦ ଓ ଛାତ୍ର କାର୍ଯ୍ୟକର୍ତ୍ତା ଇମାମ୍ ଆବେଦନରେ ଦର୍ଶାଇଛନ୍ତି ଯେ, ସୁପ୍ରିମ୍କୋର୍ଟ ନୂଆ ଜାମିନ ଆବେଦନ ଦାଖଲ ଉପରେ ଜାନୁଆରି ୫ ତାରିଖରେ ଜାରି କରିଥିବା କଟକଣା ଖୁବ୍ଶୀଘ୍ର ଶେଷ ହେବାକୁ ଯାଉଛି।
ଆବେଦନରେ ଉଭୟ କହିଛନ୍ତି ଯେ, ଏହି ମାମଲାରେ ୬ ବର୍ଷ ଧରି ବିଚାର ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଏଯାଏଁ ଜଣେ ବି ସାକ୍ଷୀଙ୍କୁ ଜେରା କରାଯାଇନାହିଁ। ଶରଜିଲ ଇମାମ୍ଙ୍କ ଆବେଦନରେ କୁହାଯାଇଛି ଯେ, ୨୦୨୦ ସେପ୍ଟେମ୍ବର ୨୫ରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ୧୮ ଜଣ ଅଭିଯୁକ୍ତଙ୍କ ନାଁ ସହ ୯୦୦ରୁ ଅଧିକ ସାକ୍ଷୀଙ୍କ ନାଁ ରହିଛି। ତେବେ ଏଯାବତ୍ କୌଣସି ସାକ୍ଷୀଙ୍କୁ ଜେରା କରାଯାଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୩୦ରେ ଦିଲ୍ଲୀ ହାଇକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମ୍ଙ୍କ ସଦ୍ୟତମ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ଉଭୟେ ଜାମିନ ପାଇଁ ସୁପ୍ରିମ୍କୋର୍ଟ ଯାଇଛନ୍ତି।
ସୌଜନ୍ୟ ସମ୍ବାଦ




