ଦେଶ ବିଦେଶ

Who Is Orhan Awatramani?: ନା ହିରୋ, ନା ହିରୋଇନ୍‌; ତଥାପି ଷ୍ଟାର୍‌ଡମ୍‌! ବଲିଉଡ୍‌ରେ ଓରିଙ୍କ ଏତେ ଦବ୍‌ଦବା କାହିଁକି?

ବଲିଉଡ୍‌ରେ ଷ୍ଟାର୍‌ଙ୍କ ଅଭାବ ନାହିଁ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନା ହିରୋ, ନା ହିରୋଇନ୍‌ । ନା କୌଣସି ବଡ଼ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାର୍‌ଙ୍କ ସହ ତାଙ୍କର ଉଠାବସା । ଆଲିଆ, କରିନା କେତେବେଳେ ଜାହ୍ନବୀ କପୁରଙ୍କ ସହ ତ କେତେବେଳେ ସାରା ଅଲ୍ଲୀ ଖାନ୍‌ ଓ ନ୍ୟାସା ଦେବଗନ୍‌ଙ୍କ ସହ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିଲେ ଚର୍ଚ୍ଚା ବଢ଼ିଯାଏ । ନାଁ ତାଙ୍କର ଓରି ।

ନୂଆଦିଲ୍ଲୀ:  ବଲିଉଡ୍‌ରେ ଷ୍ଟାର୍‌ଙ୍କ ଅଭାବ ନାହିଁ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନା ହିରୋ, ନା ହିରୋଇନ୍‌ । ନା କୌଣସି ବଡ଼ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାର୍‌ଙ୍କ ସହ ତାଙ୍କର ଉଠାବସା । ଆଲିଆ, କରିନା କେତେବେଳେ ଜାହ୍ନବୀ କପୁରଙ୍କ ସହ ତ କେତେବେଳେ ସାରା ଅଲ୍ଲୀ ଖାନ୍‌ ଓ ନ୍ୟାସା ଦେବଗନ୍‌ଙ୍କ ସହ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିଲେ ଚର୍ଚ୍ଚା ବଢ଼ିଯାଏ । ନାଁ ତାଙ୍କର ଓରି । ତେବେ କିଏ ଏହି ଓରି? କ’ଣ କରନ୍ତି ସେ? କେମିତି ହେଲେ ବଲିଉଡ୍‌ର ଏତେ ବଡ଼ ବଡ଼ ଷ୍ଟାର୍‌ଙ୍କ ଖାସ୍‌ ବନ୍ଧୁ? ଆସନ୍ତୁ ଜାଣିବା ଏହି ରୋଚକ କାହାଣୀ । ଓରିଙ୍କ ପୂରା ନାଁ ହେଉଛି ଓରହାନ ଅବତ୍ରାମଣି । ତାଙ୍କୁ ଓରି ନାଁରେ ଅଧିକ ଲୋକ ଜାଣନ୍ତି । ମୁମ୍ବାଇର ଜଣେ ସୋସିଆଲାଇଟ୍‌ ଭାବେ ତାଙ୍କର ପରିଚୟ ରହିଛି । ହେଲେ ତାଙ୍କର ପରିଚୟ କେବଳ ଷ୍ଟାର୍‌ଙ୍କ ସହ ପାର୍ଟି କରିବା କିମ୍ବା ଫଟୋ ଉଠାଇବାରେ ସୀମିତ ନୁହେଁ । ତାଙ୍କ ଲିଙ୍କଡିନ୍‌ ପ୍ରୋଫାଇଲ୍‌ ଅନୁସାରେ, ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରପର୍ସନ୍‌ ଅଫିସ୍‌ରେ ସ୍ପେଶାଲ୍‌ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରନ୍ତି । ନ୍ୟୁୟର୍କର ପାର୍ସନ୍ସ ସ୍କୁଲ୍‌ ଅଫ୍‌ ଡିଜାଇନ୍‌ରୁ ଫାଇନ୍‌ ଆର୍ଟସ୍‌ ଓ କମ୍ୟୁନିକେସନ୍‌ ଡିଜାଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି ।

ଜାହ୍ନବୀ କପୁର ହୁଅନ୍ତୁ କି ସାରା ଅଲ୍ଲୀ ଖାନ୍‌, ନ୍ୟାସା ଦେବଗନ୍‌ ହୁଅନ୍ତୁ କି ଭୂମି ପେଡନେକର । ଅନେକ ସେଲିବ୍ରିଟିଙ୍କ ସହ ଓରିଙ୍କ ଘନିଷ୍ଠତା ଦେଖିବାକୁ ମିଳେ । ଏପରିକି ନୀତା ଅମ୍ବାନୀ, ଦୀପିକା ପାଦୁକୋନ୍‌ ଓ କ୍ରିକେଟର ଶୁଭମନ ଗିଲ୍‌ଙ୍କ ସହ ତାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛି । ତେବେ ଓରିଙ୍କ କହିବା ଅନୁସାରେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅନେକ ପରିଚିତ ଅଛନ୍ତି । ସ୍କୁଲ ଓ କଲେଜରେ ଏକାଠି ପଢ଼ିଥିବାରୁ କିଛି ସେଲିବ୍ରିଟିଙ୍କ ସହ ତାଙ୍କର ପୁରୁଣା ବନ୍ଧୁତା ରହିଛି । ଭୂମି ପେଡନେକରଙ୍କ ସହ ମଧ୍ୟ ପରେ ଭଲ ବନ୍ଧୁତା ହୋଇଥିବା ସେ କହିଛନ୍ତି ।

ଓରିଙ୍କୁ ନେଇ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ସେ ପ୍ରକୃତରେ କ’ଣ କରନ୍ତି? ଏକ ସାକ୍ଷାତକାରରେ ନିଜ କାମ ବିଷୟରେ ମଜାଦାର ଉତ୍ତର ଦେଇଥିଲେ ଓରି । ନିଜକୁ ସେ କେବଳ ଗୋଟିଏ ପେସାରେ ସୀମିତ ରଖିନାହାନ୍ତି । ନିଜକୁ କେବେ ସିଙ୍ଗର, କେବେ ଗୀତିକାର, ଫ୍ୟାସନ୍‌ ଡିଜାଇନର, କ୍ରିଏଟିଭ୍‌ ଡାଇରେକ୍ଟର, ଷ୍ଟାଇଲିଷ୍ଟ ତ ଆଉ କେବେ ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ ବୋଲି କହିଛନ୍ତି । ଏପରିକି ସପିଂ କରିବାଠାରୁ ଫୁଟବଲ୍‌ ଖେଳିବା ଯାଏଁ ସବୁଥିରେ ତାଙ୍କ ରୁଚି ରହିଛି । ତାଙ୍କ ମତରେ ଜୀବନରେ ସ୍ୱପ୍ନ ଦେଖିବା ସହ ପ୍ରତ୍ୟେକ ସୁଯୋଗର ଫାଇଦା ଉଠାଇବା ଜରୁରୀ । ତେବେ ଚାରି ଲକ୍ଷରୁ ଅଧିକ ଇନଷ୍ଟାଗ୍ରାମ୍‌ ଫଲୋଅର୍ସଙ୍କ ସହ ଓରିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି । ତାଙ୍କର ପ୍ରତ୍ୟେକ ପୋଷ୍ଟ, ଫ୍ୟାସନ୍‌ ଓ ଷ୍ଟାର୍‌ଙ୍କ ସହ ଫଟୋ ଏବେ ଚର୍ଚ୍ଚାର ବିଷୟ । ଏହି କାରଣରୁ ତାଙ୍କୁ କୁହାଯାଉଛି ବଲିଉଡ୍‌ର BFF । ଅର୍ଥାତ୍‌ ବେଷ୍ଟ ଫ୍ରେଣ୍ଡ ଫରେଭର୍‌ ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button