ଜାତୀୟ

Violence against women:ଘରେ ଘଣ୍ଟାକୁ ୫ ମହିଳା ହତ୍ୟାର ଶିକାର, ୨୦୨୫ରେ ୪୭ ହଜାର ମହିଳାଙ୍କୁ ହତ୍ୟା କରିଛନ୍ତି ପରିବାର

ଜାତିସଂଘ,୨୫\୧୧: ଗତବର୍ଷ ସାରା ବିଶ୍ବରେ ୪୭ ହଜାରରୁ ଅଧିକ ମହିଳା,ବାଳିକା ସେମାନଙ୍କ ପରିବାର ବା ଜୀବନସାଥୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି । ଅର୍ଥାତ ପ୍ରତି ୫ ଘଣ୍ଟାରେ ପ୍ରାୟ ଜଣେ ମହିଳାଙ୍କୁ ସେମାନଙ୍କ ସମ୍ପର୍କୀୟ ହତ୍ୟା କରିଥିବା ଜାତିସଂଘର ଏକ ରିପୋର୍ଟରେ ପ୍ରକାଶ ପାଇଛି । ୟୁଏନ୍ ୱିମେନ ଏବଂ ଜାତିସଂଘର ଡ୍ରଗ୍ସ ଓ ଅପରାଧ କାର୍ଯ୍ୟାଳୟର ଆକଳନ ଅନୁଯାୟୀ, ଗତ କିଛି ବର୍ଷ ହେଲା ଜୀବନସାଥୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ବାରା ହତ୍ୟାର ଶିକାର ହେଉଥିବା ମହିଳା ଏବଂ ବାଳିକାଙ୍କ ସଂଖ୍ୟା ୪୫,୦୦୦ରୁ ୫୧,୦୦୦ ମଧ୍ୟରେ ରହି ଆସିଛି ।

 

ରିପୋର୍ଟ ମୁତାବକ ଗତବର୍ଷ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟାରେ ଶିକାର ହୋଇଥିବା ୭୮ହଜାର ମହିଳା ଏବଂ ବାଳିକାଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତଙ୍କୁ ସେମାନଙ୍କ ଜୀବନସାଥୀ କିମ୍ବା ପରିବାର ସଦସ୍ୟମାନେ ହତ୍ୟା କରିଛନ୍ତି । ପ୍ରତିଦିନ ହାରାହାରି ୧୨୯ ଜଣ ମହିଳା ଏବଂ ବାଳିକାଙ୍କୁ ହତ୍ୟା କରାଯାଇଛି। ୧୨୨ଟି ଦେଶ ଏବଂ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ତଥ୍ୟର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ୨୦୨୫ରେ ବିଶ୍ୱବ୍ୟାପୀ ମୋଟ ହତ୍ୟା ପୀଡ଼ିତଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୧୯ ପ୍ରତିଶତ ଥିବାବେଳେ, ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଘରେ ବା ଘରୋଇ ପରିସରରେ ହତ୍ୟା କରାଯାଇଛି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button