ରାଜ୍ୟ

XIMB ଏବଂ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଅଡିଟ୍ ସପ୍ତାହ ୨୦୨୬ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗ ଏବଂ ମହାଲେଖାକାରଙ୍କ କାର୍ଯ୍ୟାଳୟ (ଅଡିଟ୍-୨), ଓଡ଼ିଶାଙ୍କ ମିଳିତ ସହଯୋଗରେ, ନଭେମ୍ବର ୨୫, ୨୦୨୬ ତାରିଖରେ ଭୁବନେଶ୍ୱରେ ଏକ ଦିନାତ୍ମକ...

ଭୁବନେଶ୍ୱର: ଅଡିଟ୍ ସପ୍ତାହ ୨୦୨୬ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗ ଏବଂ ମହାଲେଖାକାରଙ୍କ କାର୍ଯ୍ୟାଳୟ (ଅଡିଟ୍-୨), ଓଡ଼ିଶାଙ୍କ  ମିଳିତ ସହଯୋଗରେ, ନଭେମ୍ବର ୨୫, ୨୦୨୬ ତାରିଖରେ ଭୁବନେଶ୍ୱରେ ଏକ ଦିନାତ୍ମକ  ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।

ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କମିଶନର ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଯୋଗଦେଇଥିଲେ। ଏଥିରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, କେ. ପି. ଆନନ୍ଦ, ମହାନିର୍ଦ୍ଦେଶକ (ପୂର୍ବାଞ୍ଚଳ); ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିଚାଳନା ନିର୍ଦ୍ଦେଶକ, ଓପିଏଚ୍ ଆଣ୍ଡ ଡବ୍ଲ୍ୟୁସି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ନିଜର ମୂଲ୍ୟବାନ ମତାମତ ରଖିଥିଲେ। ଏହା ସହିତ ପ୍ରଧାନ ମହାଲେଖାକାର (ଅଡିଟ୍-୧) ଶ୍ରୀ ସୁବୁ ଆର୍. ଏବଂ ମହାଲେଖାକାର (ଅଡିଟ୍-୨) ଶ୍ରୀ ଅତୁଲ ପ୍ରକାଶ ମଧ୍ୟ ନିଜର ଅଭିମତ ରଖିଥିଲେ। ସରକାରୀ ଉଦ୍ୟୋଗ ବିଭାଗର କମିtନର ତଥା ଶାସନ ସଚିବ ମହମ୍ମଦ ସାଦିକ୍ ଆଲମ ଏହି ଆଲୋଚନାଚକ୍ରର ପରିକଳ୍ପନା ଓ ରୂପରେଖ ପ୍ରସ୍ତୁତ କରିବା ସହ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ପ୍ୟାନେଲ୍ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।

ସରକାରୀ ଉଦ୍ୟୋଗ ବିଭାଗ, ରାଜ୍ୟ ସରକାରୀ ଉଦ୍ୟୋଗ, ସ୍ୱୟଂଶାସିତ ସଂସ୍ଥା, ଅଡିଟ୍ ବିଶେଷଜ୍ଞ ଏବଂ ବିଷୟ ବିଶାରଦମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ସାଂସ୍ଥାନିକ ସୁଶାସନକୁ ସୁଦୃଢ଼ କରିବା, ସାଂଗଠନିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଏବଂ ସରକାରୀ ସଂସ୍ଥାଗୁଡ଼ିକରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ନୋଡାଲ ବିଭାଗ ଭାବରେ ସରକାରୀ ଉଦ୍ୟୋଗ ବିଭାଗ ପ୍ରଭାବଶାଳୀ ତଦାରଖ, ଉତ୍ତମ କର୍ପୋରେଟ୍ ଗଭର୍ଣ୍ଣାନ୍ସ (ସୁଶାସନ), ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ସରକାରୀ ଉଦ୍ୟୋଗଗୁଡିକରେ ଆର୍ଥିକ ସ୍ଥିରତା ପାଇଁ ସାଂସ୍ଥାନିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ସରକାରୀ ଉଦ୍ୟୋଗଗୁଡିକୁ ଦକ୍ଷ , ଉତ୍ତରଦାୟୀ ଏବଂ ବୃତ୍ତିଗତ ଭାବେ ପରିଚାଳିତ କରି ସହାୟତା ପ୍ରଦାନ କରିବା ଏହାର ବ୍ୟାପକ ଲକ୍ଷ୍ୟ, ଯାହାଫଳରେ ସରକାରୀ ସମ୍ବଳରୁ ଅଧିକ ସଫଳତା ମିଳିପାରିବ  ଏବଂ ଏହା ରାଜ୍ୟର ବିକାଶମୂଳକ ଓ ଜନହିତକର କାର୍ଯ୍ୟରେ  ଅର୍ଥପୂର୍ଣ୍ଣ ଯୋଗଦାନ ଦେଇପାରିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button