Breaking News

୪ରେ ଲଘୁଚାପ ସମ୍ଭାବନା : ବାତ୍ୟା ଆଶଙ୍କା ନାହିଁ

୭ରୁ ୧୧ ହାଲୁକାରୁ ମଧ୍ୟମ ଧରଣର ବର୍ଷା

0

ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି | ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ ୧୧ ତାରିଖ ମଧ୍ୟରେ ଉପକୂଳ ,ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି | ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ | ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି | ସେ କହିଛନ୍ତି ,ବର୍ତ୍ତମାନ ଏଲ୍ – ନିନ୍ୟୋ ସକ୍ରିୟ ନାହିଁ। ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ ଲା-ନିନା କଣ୍ଡିସନ୍ ଚାଲିଛି। ତେଣୁ ଅକ୍ଟୋବର  ଓ  ନଭେମ୍ବରରେ ଲା-ନିନା କଣ୍ଡିସନରେ ଉନ୍ନତି ହେବ । ଲା-ନିନା କଣ୍ଡିସନ ଯେତେବେଳେ ଡେଭଲପ୍ ହୁଏ , ସେତେବେଳେ ଉତ୍ତର ଭାରତରେ  ତାପମାତ୍ରା  କମ୍ ରହିଥାଏ।    ସାଧାରଣତଃ ଲା-ନିନା ବର୍ଷଗୁଡିକରେ ତାପମାତ୍ରା କମ ରହିଥିବା ଦେଖାଯାଇଛି | ଏଥିଯୋଗୁଁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ | କିନ୍ତୁ ବର୍ତ୍ତମାନ ଅକ୍ଟୋବର ଓ ନଭେମ୍ବରରେ ଦୁର୍ବଳ ଲା-ନିନା କଣ୍ଡିସନା ହେବ | ତାହା ଧୀରେ ଧୀରେ ସକ୍ରିୟ ହେବ | କିଭଳି ସକ୍ରିୟ ହେବ,ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢିବ ଜଣାପଡିବା ବୋଲି ସେ କହିଛନ୍ତି | ଅନ୍ୟପକ୍ଷରେ ଗତ କିଛିଦିନ ହେବ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ସେଲସିଅସ ମଧ୍ୟରେ ରହୁଛି | ଆର୍ଦ୍ରତା ପରିମାଣ ୭୦ରୁ ୮୦ ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ତେବେ ଆସନ୍ତା ୭ ତାରିଖ ବେଳକୁ ରାଜ୍ୟକୁ ପୂର୍ବ ଦିଗରୁ ବାୟୁ ପ୍ରବାହ ହେବ | ତାପମାତ୍ରା ତଳକୁ ଖସିବା ସହ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଅନୁମାନ କରାଯାଉଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ,ଗୁରୁବାର ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ,କେନ୍ଦ୍ରାପଡା, ଯାଜପୁର ,କଟକ ,ଜଗତସିଂହପୁର ,ଢେଙ୍କାନାଳ ,ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି | ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣିଂଜାରି କରାଯାଇଛି |
ସୌଜନ୍ୟ – ଧରିତ୍ରୀ

Leave A Reply

Your email address will not be published.