Breaking News

ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

0

ସାରଳା, ୩/୧୦: ଗୁରୁବାରଠାରୁ ଆରମ୍ଭ ହୋଇଥିବା ମହିଳା ଟ୍ୱେନଟି -୨୦ ବିଶ୍ୱକପ ନବମ ସଂସ୍କରଣରେ ଶୁକ୍ରବାର ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ | ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ ଖେଳିବ | ଦଳ -‘ଏ ‘ ର ଏହି ମ୍ୟାଚ ରାତି ୭ଟା ୩୦ରୁ ଆରମ୍ଭ ହେବ | ଗତଥରର ସେମିଫାଇନାଲିଷ୍ଟ ହର୍ମନପ୍ରୀତ କୌରଙ୍କ ଦଳ ବିଜୟରୁ ତାର ଅଭିଯାନ ଆରମ୍ଭ କରିବା ଲକ୍ଷରେ ରହିଛି | ଭାରତ କେବେବି ବିଶ୍ୱକପ ଜିତି ନଥିବାରୁ ଆତ୍ମବିଶ୍ୱାସର ସହ ଚଳିତ ଅଭିଯାନ ଆରମ୍ଭ କରିବା ଲାଗି ପ୍ରଥମ ମ୍ୟାଚକୁ ଜିତିବା ଦଳ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଛି | ଗତ ଏକବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ସେତେଟା ଭଲ ନଥିଲେ ମଧ୍ୟ ଦୁଇ ଥର ଉପବିଜେତା ଦଳ ଯେକୌଣସି ପ୍ରକାର ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୁରା ସକ୍ଷମ | ଏଣୁ ଭାରତ ଶୁକ୍ରବାରର ମ୍ୟାଚ୍କୁ ହାଲକା ଭାବେ ନେବ ନାହିଁ ବୋଲି ଅଧିନାୟିକା ହର୍ମନପ୍ରୀତ ସ୍ପଷ୍ଟ କରି ଦେଇଛନ୍ତି ସମ୍ଭାବ୍ୟ ଭାରତୀୟ ଦଳ : ହର୍ମନପ୍ରୀତ କୌର (ଅଧିନାୟିକା),ସ୍ମୃତି ମାନ୍ଧାନ ,ଶେଫାଳି ବର୍ମା ,ଦୀପ୍ତି ଶର୍ମା , ଜେମିମା ରତ୍ରିଗବେଜ ,ରିଚା ଘୋଷ , ପୁରା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ତୟାଳନ ହେମଲତା ,ରାଧାଯାଦବ,ଶ୍ରେୟାଙ୍କ ପାଟିଲ ,ସଂଜନା ସଂଜୀବନ ସ୍କଟଲାଣ୍ଡକୁ ହରାଇଲା ବାଂଲାଦେଶ ପ୍ରଥମ ମ୍ୟାଚରେ ବାଂଲାଦେଶ ୧୬ ରନରେ ସ୍କଟଲାଣ୍ଡକୁ ପରାସ୍ତ କରିଛି | ଏହି ଲୋ ସ୍କୋରିଂ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୭ ୱେକେଟ ବିନିମୟରେ ୧୧୯ରନ କରିଥିଲା |

ବିଜୟ ଲକ୍ଷ୍ୟ ସ୍କଟଲାଣ୍ଡ ପାଇଁ ବିଶେଷ କଷ୍ଟକର ହେବ ନାହିଁ ବୋଲି ଅନୁମାନ କରାଯାଉଥିଲା | ବାଂଲାଦେଶ ବୋଲର ନିଜ ଯାଦୁଗରୀ ବୋଲିଂରେ ଅଧିକାଂଶ ସ୍କଟଲାଣ୍ଡ ବ୍ୟାଟରଙ୍କୁ କ୍ରିଜରେ ପାଦ ଜମାଇବାର କୌଣସି ସୁଯୋଗ ଦେଇ ନଥିଲେ | ଏପରିକି ଓପନର ସାରା ବ୍ରାଇସ ଏକାକି ୪୯ ରନ କରିଥିଲେ | ଫଳରେ ସ୍କଟଲାଣ୍ଡ ୭ ୱେକେଟ ବିନିମୟରେ ୧୦୩ ରନ ହିଁ କରିପାରିଥିଲା ହାତରେ ୱେକେଟ ଥାଇ ମଧ୍ୟ ସ୍କଟଲାଣ୍ଡ ରନ ହାର ବଢ଼ାଇ ନପାରିବା ପରେ ଏହି ଦଳର ରଣନୀତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ମାତ୍ର ୧୫ ରନ ବିନିମୟରେ ୨ ୱଏକେଟ ଅକ୍ତିଆର କରିଥିବା ଋତୁ ମୋନି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ |

ଗୁରୁବାରର ଅନ୍ୟ ଏକ ମ୍ୟାଚରେ ପାକିସ୍ତାନ ଆଶ୍ଚର୍ଯ୍ୟଜନକ ଭାବେ ଶକ୍ତିଶାଳୀ ଶ୍ରୀଲଙ୍କାକୁ ୩୧ରନରେ ପରାସ୍ତ କରିଛି | ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ପାକିସ୍ତାନକୁ ଅଧିନାୟକ ଫତିମା ସାନା(୩୦) ୧୧୬ ରନ୍ରେ ପହଞ୍ଚିଥିଲେ | ନିଦା ଦର ଦ୍ଵିତୀୟ ସର୍ବାଧିକ ୧୩ରନ କରିଥିଲେ | ଶ୍ରୀଲଙ୍କା ପକ୍ଷରୁ ଉଦ୍ୱେଷୀକା ପ୍ରାବଧାନା ,ସୁଗନ୍ଧିକା କୁମାରୀ ,ଚାମାରି ଅଚାପକୁ ପ୍ରତ୍ୟେକ ୩ ଲେଖାଏଁ ୱଏକେଟ ନେଇଥିଲେ | ଜବାବରେ ଶ୍ରୀଲଙ୍କା ୮୫/୯ରେ ସୀମିତ ରହିଯାଇଥଲା | ସଦୀୟ ଲକବଳ ୩ ୱଏକେଟ ନେଇଥିବାବେଳେ ଫତିମା ସାନା ,ପ୍ରତ୍ୟେକ ୨ ଲେଖାଏଁ ୱଏକେଟ ଅକ୍ତିଆର କରିଥିଲେ | ଅଲରାଉଣ୍ଡ ପ୍ରଦର୍ଶନ କରି ପାକିସ୍ତାନକୁ ଜିତିଥିବା ଫତିମା ସାନା ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ |

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.