Breaking News

ହମାସ୍‌ ଉପରେ ଆକ୍ରମଣର ପ୍ରଥମ ବାର୍ଷିକୀ ପାଳିଲା ଇସ୍ରାଏଲ୍‌

ହମାସ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ବର୍ଷେ ହୋଇଛି। ଆଜିର ତାରିଖରେ ଇସ୍ରାଏଲ୍‌ ସେନା ଲେବାନନର ‌ହେଜ୍‌ବୁଲ୍‌ହା ଉପରେ ଆକ୍ରମଣ କରିଥିଲା। ହେଜ୍‌ବୁଲ୍‌ହା ଉପରେ ବୋମା ମାଡ଼ କରି ଇତିହାସ ରଚିଛି ଇସ୍ରାଏଲ୍‌।

0

ନୂଆଦିଲ୍ଲୀ: ହମାସ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ବର୍ଷେ ହୋଇଛି। ଆଜିର ତାରିଖରେ ଇସ୍ରାଏଲ୍‌ ସେନା ଲେବାନନର ‌ହେଜ୍‌ବୁଲ୍‌ହା ଉପରେ ଆକ୍ରମଣ କରିଥିଲା। ହେଜ୍‌ବୁଲ୍‌ହା ଉପରେ ବୋମା ମାଡ଼ କରି ଇତିହାସ ରଚିଛି ଇସ୍ରାଏଲ୍‌। ହମାସର ସାମରିକ ବାହିନୀ ଉପରେ ବିଜୟ ନେଇ ଘୋଷଣା କରିଛନ୍ତି ଇସ୍ରାଏଲର ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି।

 

୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଏହି ଆକ୍ରମଣ ହୋଇଥିବା ବେଳେ ଏବେ ମଧ୍ୟରେ ବର୍ଷଟେ ବିତିଗଲେ ବି ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରିନାହିଁ। ପ୍ରଥମେ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ହଜାର ହଜାର ଲୋକଙ୍କ ଜୀବନ ନେବା ପରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଛି।

ସେପଟେ ବେରୁତର ଦକ୍ଷିଣ ଭାଗରେ ଧ୍ବଂସଲୀଳା ରଚିବା ସହ ହିଜବୁଲ୍ଲାକୁ ନିଶ୍ଚିହ୍ନ କରିବାରେ ଲାଗିଛି ଇସ୍ରାଏଲ । ଲେବାନନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ବୋମାମାଡ଼ ଜାରି ରହିଛି ।

ରବିବାର ଦକ୍ଷିଣ ବେରୁତରେ ଥିବା ୨୦ରୁ ଅଧିକ ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିବା ସହ ଗାଜାଷ୍ଟ୍ରିପରେ ଥିବା ଏକ ମସଜିଦ ଓ  ପାଲେଷ୍ଟାଇନ ଶରଣାର୍ଥୀ ଶିବିର ଉପରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଏୟାରଷ୍ଟ୍ରାଇକରେ ୨୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୩ଜଣ ଆହତ ହୋଇଛନ୍ତି। ଗାଜା ଭଳି ଲେବାନନରେ ମଧ୍ୟ ଇସ୍ରାଏଲର ଧ୍ବଂସଲୀଳା ରଚାଯାଉଥିବା ବେଳେ ଶତାଧିକ ଅଟ୍ଟାଳିକା ମାଟିରେ ମିଶୁଛି ଏବଂ ପ୍ରତ୍ୟେକ ଦିନ ହଜାର ହଜାର ନାଗରିକ ବିସ୍ଥାପିତ ହେବାରେ ଲାଗିଛନ୍ତି ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.