Breaking News

ଗୋଶାଳା ସଫା କରିବା ଦ୍ବାରା ‌କ୍ୟାନ୍‌ସର ଭଲ ହୋଇଥାଏ: ସଞ୍ଜୟ ଗଙ୍ଗୱାର

ଗୋଶାଳା ସଫା କରିବା ଓ ଗୋଶାଳାରେ ନିୟମିତ ଶୋଇବା ଦ୍ବାରା କ୍ୟାନ୍‌ସର ଭଳି ରୋଗ ପ୍ରଶମିତ ହୋଇଥାଏ । ଏଣୁ ଇଦ୍‌ରେ ଗୋଶାଳା ଯାଇ ସେବା କରନ୍ତୁ ବୋଲି ଉତ୍ତରପ୍ରଦେଶର ଆଖୁଚାଷ ଉନ୍ନୟନ ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର କହିଛନ୍ତି।

0

ପିଲଭିଟ୍‌: ଗୋଶାଳା ସଫା କରିବା ଓ ଗୋଶାଳାରେ ନିୟମିତ ଶୋଇବା ଦ୍ବାରା କ୍ୟାନ୍‌ସର ଭଳି ରୋଗ ପ୍ରଶମିତ ହୋଇଥାଏ । ଏଣୁ ଇଦ୍‌ରେ ଗୋଶାଳା ଯାଇ ସେବା କରନ୍ତୁ ବୋଲି ଉତ୍ତରପ୍ରଦେଶର ଆଖୁଚାଷ ଉନ୍ନୟନ ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର କହିଛନ୍ତି। ପିଲଭିଟର ଏକ ସଭାରେ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଗଙ୍ଗୱାର କହିଛନ୍ତି, ଗାଈମାନଙ୍କ ସେବା କଲେ ଉଚ୍ଚରକ୍ତଚାପ ହ୍ରାସ ପାଇଥାଏ। ନିୟମିତ ଭାବେ ଗୋଶାଳା ସଫା କରିବା ଓ ଗୋଶାଳାରେ ଶୋଇବା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗର ଉପଶମ ହୋଇଥାଏ।

ଏଣୁ ଗୋଶାଳା ଭଳି ଏକ ପବିତ୍ର ସ୍ଥାନରେ ବିବାହ ଆଦି ଶୁଭ କାର୍ଯ୍ୟ କରାଯିବା ଆବ୍ୟଶକ ବୋଲି ମତ ଦେଇଛନ୍ତି। ଇଦ୍‌ ଆଦିରେ ଗୋଶାଳା ଯାଇ ଗାଈଙ୍କ ସେବା କରିବା, ଗାଈ କ୍ଷୀରରେ ଖିରି ପ୍ରସ୍ତୁତ କରି ଖାଇବାକୁ ସେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ପରାମର୍ଶ ଦେଇଛନ୍ତି। ଉଚ୍ଚ ରକ୍ତଚାପ ହ୍ରାସ ସମ୍ପର୍କରେ ସେ କହିଛନ୍ତି, ଯଦି ଜଣେ ରୋଗୀ ନିଜର ରକ୍ତଚାପ କମାଇବାକୁ ଦିନକୁ ୨୦ ମିଲିଗ୍ରାମ୍‌ ଔଷଧ ଖାଉଥାଏ ତେବେ ସେ ଗୋସେବା କରିବା ଦ୍ବାରା ଏହି ପରିମାଣ ୧୦ ମିଲିଗ୍ରାମ୍‌ ଦୈନିକକୁ ହ୍ରାସ ପାଇବ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.