Breaking News

‘ନକଲି ଗାନ୍ଧୀ ପରିବାର, ଭ୍ରଷ୍ଟାଚାରୀ ନଂ ୧’

ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଗୁରୁବାର କଂଗ୍ରେସ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ତାଙ୍କ ସମ୍ପତ୍ତି ଘୋଷଣା ବାବଦ ସତ୍ୟପାଠ ହେଉଛି ଦୁର୍ନୀତିର ସ୍ୱୀକାର।

0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଗୁରୁବାର କଂଗ୍ରେସ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ତାଙ୍କ ସମ୍ପତ୍ତି ଘୋଷଣା ବାବଦ ସତ୍ୟପାଠ ହେଉଛି ଦୁର୍ନୀତିର ସ୍ୱୀକାର। ଭାଟିଆ ଏକ ପ୍ରେସ୍ ବିବୃତିରେ କହିଛନ୍ତି, ଗତକାଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ ଲୋକସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ଆଜି ଏହା କହିଲେ ଭୁଲ୍ ହେବ ନାହିଁ ଯେ ‘ମୋହବତ କି ଦୁକାନ୍ ନହିଁ, ୟେ ଦଲାଲି କି ଦୁକାନ୍ ହୈ’। ପ୍ରିୟଙ୍କା ଦାଖଲ କରିଥିବା ସତ୍ୟପାଠ ଦୁର୍ନୀତିର ସ୍ୱୀକାର, ଯାହା ତାଙ୍କ ପରିବାର ଓ ରବର୍ଟ ଭଦ୍ରା କରିଆସୁଛନ୍ତି। ଗାନ୍ଧୀ ପରିବାରକୁ ‘ନକଲି ଗାନ୍ଧୀ ପରିବାର ଓ ଭ୍ରଷ୍ଟାଚାରୀ ନମ୍ବର ୧’ ବୋଲି ଅଭିହିତ କରି ଭାଟିଆ ଦାବି କରିଛନ୍ତି ଯେ ସେମାନେ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ସମସ୍ତେ ଜାଣନ୍ତି, ପରିବାରର ତିନି ଜଣ ସଦସ୍ୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ରବର୍ଟ ଭଦ୍ରା ଦୁର୍ନୀତି ଅଭିଯୋଗରେ ଜାମିନରେ ଅଛନ୍ତି।

ଭାଟିଆ ପୁଣି କହିଛନ୍ତି ଯେ, ଘୋଷିତ ସମ୍ପତ୍ତି ଏବଂ ରବର୍ଟ ଭଦ୍ରାଙ୍କ ଆୟକର ରିଟର୍ଣ୍ଣ ମଧ୍ୟରେ ଅସମାନତା ରହିଛି। ରବର୍ଟ ଭଦ୍ରାଙ୍କ ଘୋଷିତ ଆୟ କମ୍, କିନ୍ତୁ ଦେଉଥିବା ଆୟକର ଅନୁଯାୟୀ ତାହା ଅଧିକ। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପତ୍ତି ଘୋଷଣା ପରେ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଶ୍ନ ଉଠୁଛି ପ୍ରିୟଙ୍କା ଭଦ୍ରାଙ୍କ ଆୟର ଉତ୍ସ କ’ଣ? ସତ୍ୟପାଠ ଅନୁଯାୟୀ ଶ୍ରୀମତୀ ଭଦ୍ରା ୨୦୧୩ରେ ଏକ ଜମି କିଣିଥିଲେ। ସେହି ଜମିର ମୂଲ୍ୟ ୫ ଗୁଣ ବୃଦ୍ଧି ପାଇଛି। ସେହି ଜମି କିଣିବା ପାଇଁ ତାଙ୍କର ରୋଜଗାରର ଉତ୍ସ କ’ଣ ଥିଲା? ଶ୍ରୀମତୀ ଭଦ୍ରା ତାଙ୍କ ସ୍ୱାମୀଙ୍କ ଭଳି ସମାନ ଜମି କାରବାରରେ ସମ୍ପୃକ୍ତ କି ବୋଲି ଲୋକେ ପଚାରୁଥିବା ଭଣ୍ଡାରୀ କହିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.