Breaking News

ଆମେରିକାରେ ଅନୁପ୍ରବେଶ ଉଦ୍ୟମ: ପ୍ରତି ଘଣ୍ଟାରେ ୧୦ ଭାରତୀୟ ଗିରଫ

ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବା ପାଇଁ ପ୍ରବାସୀ ଭାରତୀୟମାନେ ଅତ୍ୟନ୍ତ ବିପଜ୍ଜନକ ଯାତ୍ରା କରୁଛନ୍ତି ଏବଂ ସୀମା ଅତିକ୍ରମ ବେଳେ ଅନେକଙ୍କ ମୃତ୍ୟୁ ହେଉଛି। ଏହାସତ୍ତ୍ୱେ ଆମେରିକାରେ ପ୍ରବେଶ କରିବା ପାଇଁ ଭାରତୀୟଙ୍କ ସଂଘର୍ଷ ବଢ଼ିଚାଲିବା ଚିନ୍ତାର କାରଣ ହୋଇଛି।

0

ଅହମ୍ମଦାବାଦ: ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବା ପାଇଁ ପ୍ରବାସୀ ଭାରତୀୟମାନେ ଅତ୍ୟନ୍ତ ବିପଜ୍ଜନକ ଯାତ୍ରା କରୁଛନ୍ତି ଏବଂ ସୀମା ଅତିକ୍ରମ ବେଳେ ଅନେକଙ୍କ ମୃତ୍ୟୁ ହେଉଛି। ଏହାସତ୍ତ୍ୱେ ଆମେରିକାରେ ପ୍ରବେଶ କରିବା ପାଇଁ ଭାରତୀୟଙ୍କ ସଂଘର୍ଷ ବଢ଼ିଚାଲିବା ଚିନ୍ତାର କାରଣ ହୋଇଛି। ଅକ୍ଟୋବର ୧, ୨୦୨୩ରୁ ସେପ୍ଟେମ୍ବର ୩୦, ୨୦୨୪ ମଧ୍ୟରେ ମେକ୍ସିକୋ ଏବଂ କାନାଡା ଦେଇ  ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨୯ ଲକ୍ଷ ବେଆଇନ ପ୍ରବାସୀ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୯୦,୪୧୫ ବୋଲି ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା (ୟୁଏସ୍-ସିବିପି) ବିଭାଗ  କହିଛି। ଧରାପଡ଼ିଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗୁଜରାଟରୁ ଆସିଥିବା ବେଆଇନ ପ୍ରବାସୀ ବୋଲି ଏହି ପରିସ୍ଥିତି ଉପରେ ନଜର ରଖିଥିବା ଭାରତୀୟ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ପ୍ରତି ଘଣ୍ଟାରେ ୧୦ ଜଣ ଭାରତୀୟଙ୍କୁ ଗିରଫ କରାଯାଉଥିବା ସୂଚନା ମିଳିଛି। ସେହିପରି ଉତ୍ତର କାନାଡା-ଆମେରିକା ସୀମାରେ ୪୩,୭୬୪ ଜଣଙ୍କୁ ଗିରଫ କରାଯାଇଛି।  ବର୍ତ୍ତମାନ ସୁଦ୍ଧା ଉତ୍ତର କାନାଡା ସୀମାରେ ସର୍ବାଧିକ ସଂଖ୍ୟକ ଭାରତୀୟ ଗିରଫ ହୋଇଛନ୍ତି।

୨୦୨୩ ଆର୍ଥିକ ବର୍ଷରେ ଗିରଫ ହୋଇଥିବା ବେଆଇନ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୯୬,୯୧୭ ଥିଲା। ୨୦୨୪ରେ ଆମେରିକା-ମେକ୍ସିକୋ ସୀମାରେ କମ୍ ଭାରତୀୟ (୨୫,୬୧୬) ଧରାପଡ଼ିଥିଲେ। ଇମିଗ୍ରେସନ ନେଟୱର୍କର ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ଧରି ଆମେରିକାର ଏଜେନ୍ସିମାନେ କାନାଡା ଓ ମେକ୍ସିକୋରେ ରହୁଥିବା ବେଆଇନ ପ୍ରବାସୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ମାନବ ଚୋରା ଚାଲାଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଗୁଜରାଟୀମାନେ  ମେକ୍ସିକୋ ବଦଳରେ କାନାଡା ସୀମା ଦେଇ ଆମେରିକାରେ ପ୍ରବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି, କାରଣ ସେମାନେ ସହଜରେ ଟ୍ୟାକ୍ସି ଭଡ଼ା କରି ଆମେରିକା ଯାଇପାରିବେ। ନିକଟରେ ଆମେରିକା କର୍ତ୍ତୃପକ୍ଷ ଏହି ସୀମାରେ କଡ଼ା ନଜର ରଖିଛନ୍ତି। ଏଭଳି ପ୍ରବାସୀଙ୍କୁ ସାଧାରଣତଃ କାନାଡା ପଠାଯାଏ, କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ କାନାଡାକୁ ପର୍ଯ୍ୟଟକ ଭିସା ନେଇ ଆସିଥାନ୍ତି।  ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଆମେରିକାକୁ ଅନୁପ୍ରବେଶ କରିବାରେ ବିଫଳ ହେଉଥିବା ଲୋକଙ୍କ ତୁଳନାରେ ସଫଳ ହେଉଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.