Breaking News

ବାନ୍ଦ୍ରା ଷ୍ଟେସନ୍‌ରେ ଦଳାଚକଟା, ୯ ଆହତ

ବିବାର ମୁମ୍ବାଇର ବାନ୍ଦ୍ରା ଟର୍ମିନସ ଷ୍ଟେସନରେ ଭିଡ଼ ଯୋଗୁ ଟ୍ରେନ୍‌ରେ ଚଢ଼ିବା ପାଇଁ ହୋଇଥିବା ଦଳାଚକଟାରେ ଅତି କମ୍‌ରେ ୯ ଜଣ ଆହତ ହୋଇଛନ୍ତି। ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ ଛାଡ଼ିବା ପୂର୍ବରୁ ପ୍ଲାଟଫର୍ମ ନମ୍ବର ୧ରେ ସକାଳ ୫ଟା ୫୬ ମିନିଟ୍‌ରେ ଏହି ଅଘଟଣ ଘଟିଛି।

0

ମୁମ୍ବାଇ: ରବିବାର ମୁମ୍ବାଇର ବାନ୍ଦ୍ରା ଟର୍ମିନସ ଷ୍ଟେସନରେ ଭିଡ଼ ଯୋଗୁ ଟ୍ରେନ୍‌ରେ ଚଢ଼ିବା ପାଇଁ ହୋଇଥିବା ଦଳାଚକଟାରେ ଅତି କମ୍‌ରେ ୯ ଜଣ ଆହତ ହୋଇଛନ୍ତି। ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ ଛାଡ଼ିବା ପୂର୍ବରୁ ପ୍ଲାଟଫର୍ମ ନମ୍ବର ୧ରେ ସକାଳ ୫ଟା ୫୬ ମିନିଟ୍‌ରେ ଏହି ଅଘଟଣ ଘଟିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ୭ ଜଣଙ୍କ ଅବସ୍ଥା ସ୍ଥିର ଥିବାବେଳେ ୨ ଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି) କହିଛି ଯେ ଦୀପାବଳି ଲାଗି ଏହି ଭିଡ଼ ହୋଇଥିଲା।

ପଶ୍ଚିମ ରେଳବାଇର ସିପିଆର୍‌ଓ ବିନୀତ ଅଭିଷେକ କହିଛନ୍ତି, ଆଜି ସକାଳେ ବାନ୍ଦ୍ରା ଟର୍ମିନସରେ ୨୨୯୨୧ ବାନ୍ଦ୍ରା-ଗୋରଖପୁର ଅନ୍ତ୍ୟୋଦୟ ଏକ୍ସପ୍ରେସ୍‌ର ପ୍ରସ୍ଥାନ ସମୟ ସକାଳ ୫ଟା ୧୫ ଥିଲା। ରାତି ୨ଟା ୪୪ରେ ଟ୍ରେନ୍‌କୁ ୟାର୍ଡରୁ ପ୍ଲାଟଫର୍ମକୁ ନିଆଯାଇଥିବା ବେଳେ ଅପେକ୍ଷାରତ ବହୁ ଯାତ୍ରୀ ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଅଧିକାଂଶ ଯାତ୍ରୀଙ୍କର କୌଣସି ସଂରକ୍ଷଣ ନ ଥିଲା ଏବଂ ଟ୍ରେନ୍ ପହଞ୍ଚିବା ମାତ୍ରେ ସମସ୍ତେ ନିଜ ପାଇଁ ସିଟ୍ ଦଖଲ କରିବାକୁ ଚାହୁଥିଲେ। ଏହାହିଁ ଦଳାଚକଟାର ମୁଖ୍ୟ କାରଣ।

ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ରବିବାର ବାନ୍ଦ୍ରା ଷ୍ଟେସନରେ ହୋଇଥିବା ଦଳାଚକଟାକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ରାଉତ କହିଛନ୍ତି ଯେ ସେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବ୍ୟସ୍ତ ଥିବା ବେଳେ ମୁମ୍ବାଇରେ ଯାତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ମୁମ୍ବାଇ ସହର କେନ୍ଦ୍ର ସରକାରଙ୍କୁ ସର୍ବାଧିକ ରାଜସ୍ୱ ଦେଇଥାଏ। ଏହା ତୁଳନାରେ ଏଠାରେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ମିଳୁନାହିଁ। ଦଳୀୟ ନେତା ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ରେଳମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ରିଲ୍ ମନ୍ତ୍ରୀ ଥରେ ରେଳ ମନ୍ତ୍ରୀ ହୁଅନ୍ତୁ ବୋଲି ସେ କହିଛନ୍ତି। ନିର୍ବାଚନ ପାଇଁ ବିଜେପି ଅଶ୍ୱିନୀ ବୈଷ୍ଣବଜୀଙ୍କୁ ମହାରାଷ୍ଟ୍ରର ପ୍ରଭାରୀ କରିଛି, କିନ୍ତୁ ପ୍ରତି ସପ୍ତାହରେ ରେଳବାଇ ସହିତ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଘଟୁଛି।

ରେଳମନ୍ତ୍ରୀଙ୍କୁ ଟାର୍ଗେଟ କରି ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତା କ୍ଲାଇଡ୍ କ୍ରାଷ୍ଟୋ କହିଛନ୍ତି, ବାନ୍ଦ୍ରା ଟର୍ମିନସରେ ହୋଇଥିବା ଦଳାଚକଟା ଅତ୍ୟନ୍ତ ଦୁଃଖଦାୟକ। ପାର୍ବଣ ଋତୁରେ ପର୍ଯ୍ୟାପ୍ତ ଟ୍ରେନ୍‌ର ଅଭାବ ଏବଂ ସ୍ଥାନୀୟ ପ୍ରଶାସନର ବିଫଳତା ଯୋଗୁ ଏହି ଅଘଟଣ ଘଟିଛି। ପଶ୍ଚିମ ରେଳବାଇ ଅଧୀନରେ ଆଗାମୀ ଦୀପାବଳି ଓ ଛଟ୍ ପର୍ବକୁ ଦୃଷ୍ଟିରେ ରଖି ମୁମ୍ବାଇରୁ ବିଭିନ୍ନ ଗନ୍ତବ୍ୟସ୍ଥଳ, ବିଶେଷକରି ଉତ୍ତରପ୍ରଦେଶ ଓ ବିହାରକୁ ଅତି କମ୍‌ରେ ୧୩୦ଟି ପର୍ବ ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯାଉଛି। ତା’ ସତ୍ତ୍ବେ ଭିଡ଼କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉ ନାହିଁ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.