Breaking News

ଖାମେନି ଗୁରୁତର ଅସୁସ୍ଥ: ରିପୋର୍ଟ

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଗୁରୁତର ଅସୁସ୍ଥ ଥିବା ବେଳେ ଉତ୍ତରାଧିକାର ପାଇଁ ଏକ ନିରବ ଲଢ଼େଇ ଆରମ୍ଭ ହୋଇଛି। ଶନିବାର ସକାଳେ ଇସ୍ରାଏଲ ଆକ୍ରମଣର ଜବାବ ଦେବାକୁ ଦେଶ ଚିନ୍ତା କରୁଥିବା ବେଳେ ଏହା ସାମ୍ନାକୁ ଆସିଛି।

0

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଗୁରୁତର ଅସୁସ୍ଥ ଥିବା ବେଳେ ଉତ୍ତରାଧିକାର ପାଇଁ ଏକ ନିରବ ଲଢ଼େଇ ଆରମ୍ଭ ହୋଇଛି। ଶନିବାର ସକାଳେ ଇସ୍ରାଏଲ ଆକ୍ରମଣର ଜବାବ ଦେବାକୁ ଦେଶ ଚିନ୍ତା କରୁଥିବା ବେଳେ ଏହା ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଖାମେନିଙ୍କ ଦ୍ୱିତୀୟ ପୁଅ ମୋଜତାବା ଖାମେନି (୫୫) ତାଙ୍କ ସ୍ଥାନ ନେବାର ସମ୍ଭାବନା ରହିଛି। ଏହି ୮୫ ବର୍ଷୀୟ ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ଇସଲାମିକ ରିଭଲ୍ୟୁସନରୀ ଗାର୍ଡସ କର୍ପସ୍ ମଧ୍ୟ ଚିନ୍ତା କରୁଛି। ରୁହୋଲ୍ଲାହ ଖାମେନିଙ୍କ ଦେହାନ୍ତ ପରେ ୧୯୮୯ ମସିହାରୁ ଖାମେନି ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟ କରି ଆସୁଛନ୍ତି। ଗତବର୍ଷ ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରୈସିଙ୍କ ମୃତ୍ୟୁ ହେବା ପରେ ଏହାର ଉତ୍ତରାଧିକାରକୁ ନେଇ ଚିନ୍ତା ପ୍ରକାଶ ପାଇଛି।

ଟାଇମ୍ସ କହିଛି ଯେ ରୈସିଙ୍କ ମୃତ୍ୟୁ ପରଠାରୁ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କୁ ନେଇ ଆଭ୍ୟନ୍ତରୀଣ ଅସନ୍ତୋଷ ଦେଖାଦେଇଛି। ଇରାନର ସାମରିକ ସ୍ଥଳ ଉପରେ ଇସ୍ରାଏଲର ଆକ୍ରମଣର ପରେ ଖାମେନିଙ୍କ ଅସୁସ୍ଥତା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଇରାନ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଆଉ କୌଣସି ଉତ୍ତେଜନା ଚାହୁନାହାନ୍ତି। ଇରାନ ଛଡ଼ା ଇସ୍ରାଏଲ ମଧ୍ୟ ଇରାକ ଓ ସିରିଆର ଟାର୍ଗେଟ ଉପରେ ଆକ୍ରମଣ କରିଛି। ତେଣୁ ଇରାନର ଦ୍ୱନ୍ଦ୍ୱ ଏବେ ବୃଦ୍ଧି ପାଇଛି, ଯେଉଁଥିରେ ଦୁର୍ବଳ ସହଯୋଗୀ, ବିଫଳ ଅର୍ଥନୀତି ଏବଂ ଏବେ ସର୍ବୋଚ୍ଚ ନେତା ଅସୁସ୍ଥ ହେବା ଯୋଗୁ ଉତ୍ତରାଧିକାରକୁ ନେଇ ଲଢ଼େଇ ଆରମ୍ଭ ହୋଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.