Breaking News

ଧୋନିଙ୍କୁ ୪ କୋଟିରେ ରଖିଲା ସିଏସ୍‌କେ

ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ୍‌ ଲାଗି ବଡ଼ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ‌‌ଖେଳାଳି ରିଟେନ୍‌ସନ୍‌ (ଦଳରେ ବଜାୟ ରଖିବା‌) ଘୋଷଣା କରିଛନ୍ତି। ରିଟେନ୍‌ ଖେଳାଳି ଆସନ୍ତା ବର୍ଷ ସେହି ଫ୍ରାଞ୍ଚାଇଜ୍‌ ପାଇଁ ଖେଳିବେ।

0

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ୍‌ ଲାଗି ବଡ଼ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ‌‌ଖେଳାଳି ରିଟେନ୍‌ସନ୍‌ (ଦଳରେ ବଜାୟ ରଖିବା‌) ଘୋଷଣା କରିଛନ୍ତି। ରିଟେନ୍‌ ଖେଳାଳି ଆସନ୍ତା ବର୍ଷ ସେହି ଫ୍ରାଞ୍ଚାଇଜ୍‌ ପାଇଁ ଖେଳିବେ। ଦକ୍ଷିଣ ଆଫ୍ରିକାର ହେନରିକ୍‌ କ୍ଲାସେଁ ସବୁଠୁ ଅଧିକ ମୂଲ୍ୟର ଖେଳାଳି ଭାବେ ରିଟେନ୍‌ସନ୍‌ ତାଲିକାରେ ରହିଛନ୍ତି। ତାଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ ୨୩ କୋଟି ଟଙ୍କାରେ ନିଜ ପାଖରେ ରଖିଛି। ତାଙ୍କ ପଛକୁ ଭାରତୀୟ ତାରକା ବିରାଟ କୋହଲି (ଆର୍‌ସିବି) ଓ ୱେଷ୍ଟ୍‌ଇଣ୍ଡିଜ୍‌ର ନିକୋଲାସ ପୂରନ (ଏଲ୍‌ଏସ୍‌ଜି) ୨୧ କୋଟି ଟଙ୍କା ମୂଲ୍ୟରେ ରହିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇସାରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ମହେନ୍ଦ୍ର ସିଂହ ଧୋନି ଅଣଆନ୍ତର୍ଜାତିକ ଖେଳାଳି ଭାବେ ରିଟେନ୍‌ ହୋଇଛନ୍ତି।

ତେବେ କିଛି ତାରକା ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ନିଲାମ ପାଇଁ ମୁକ୍ତ କରିଛନ୍ତି। ଏଥିରେ ଭାରତର ତାରକା ଖେଳାଳି ଋଷଭ ପନ୍ତ (ଦିଲ୍ଲୀ କ୍ୟାପିଟାଲ୍ସ), କେଏଲ୍ ରାହୁଲ (ଏଲ୍‌ଏସ୍‌ଜି), ଶ୍ରେୟସ ଆୟର (କେକେଆର୍‌), ଦ୍ରୁତ ବୋଲର ଅର୍ଶଦୀପ ସିଂହ (ପଞ୍ଜାବ କିଙ୍ଗ୍ସ) ଏବଂ ବିଦେଶୀ ଖେଳାଳି ଜୋସ ବଟ୍ଟଲର (ରାଜସ୍ଥାନ ରୟାଲ୍ସ) ଓ ଗ୍ଲେନ ମ୍ୟାକ୍ସୱେଲ (ଆର୍‌ସିବି) ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ୫ ଜଣ ଖେଳାଳି ଯଶପ୍ରୀତ ବୁମ୍‌ରା (୧୮ କୋଟି), ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପଣ୍ଡ୍ୟା (୧୬.୩୫ କୋଟି), ରୋହିତ ଶର୍ମା (୧୬.୩୦ କୋଟି), ତିଳକ  ବର୍ମା (୮ କୋଟି)ଙ୍କୁ ରଖିଛି। ମୋଟ ୧୨୦ କୋଟି ଟଙ୍କାରୁ ‌ଆଗାମୀ ନିଲାମରେ ଖେଳାଳି କିଣିବାକୁ ୫୫ କୋଟି ଟଙ୍କା ବଳକା ରହିଛି। ମୁମ୍ବାଇ ପରି ଚେନ୍ନାଇ ସୁପର କିଙ୍ଗ୍ସ ୫ ଜଣ ଖେଳାଳିଙ୍କୁ ରଖିଛି। ସେମାନେ ହେଲେ ଋତୁରାଜ ଗାଏକ୍ବାଡ (୧୮ କୋଟି), ମଥୀଶା ପଥୀରଣା (୧୩ କୋଟି), ଶିବମ ଦୁବେ (୧୨ କୋଟି), ରବୀନ୍ଦ୍ର ଜାଡ଼େଜା (୧୮ କୋଟି), ଏମ୍‌ଏସ୍‌ ଧୋନି (୪ କୋଟି)। ଦଳ ପାଖରେ ନିଲାମ ପୂର୍ବରୁ ୫୫ କୋଟି ଟଙ୍କା ବଳିଛି।

କ୍ଲାସେଁ ଦାମୀ, ‌ଦ୍ବିତୀୟରେ କୋହଲି, ପୂରନ
ନିଲାମକୁ ଗଲେ ପନ୍ତ, ରାହୁଲ, ଶ୍ରେୟସ, ମ୍ୟାକ୍ସୱେଲ୍‌

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର ୩ ଜଣ ଖେଳାଳି ବିରାଟ କୋହଲି, ରଜତ ପଟିଦାର (୧୧ କୋଟି) ଓ ୟଶ ଦୟାଲ (୫ କୋଟି)ଙ୍କୁ ରଖିଥିଲା ବେଳେ ନିଲାମ ଲାଗି ୮୩ କୋଟି ଟଙ୍କା ବଳକା ରଖିଛି। ଦିଲ୍ଲୀ କ୍ୟାପିଟାଲ୍ସ ୪ ଜଣ ଅକ୍ଷର ପଟେଲ (୧୬.୫ କୋଟି)ଙ୍କ ସହ କୁଲଦୀପ ୟାଦବ (୧୩.୨୫‌ କୋଟି), ତ୍ରିଷ୍ଟନ ଷ୍ଟବ୍ସ (୧୦ କୋଟି), ଅଭିଷେକ ପୋରେଲ୍‌ (୪ କୋଟି)ଙ୍କୁ ରଖିଛି। ଦଳ ପାଖରେ ଆଉ ୭୩ କୋଟି ଟଙ୍କା ଅଛି। କୋଲ୍‌କାତା ନାଇଟ୍‌ ରାଇଡର୍ସ ନିୟମ ଅନୁସାରେ ସର୍ବାଧିକ ୬ ଜଣ ଖେଳାଳିଙ୍କୁ ରଖିଛି ଏବଂ ପାଖରେ ୫୧ କୋଟି ଟଙ୍କା ବଳକା ରହିଛି। ସେମାନେ ହେଲେ ରିଙ୍କୁ ସିଂହ (୧୩ କୋଟି), ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରାୟଣ, ଆନ୍ଦ୍ରେ ରସେଲ (୧୨ କୋଟି), ହର୍ଷିତ ରାଣା, ରମନଦୀପ ସିଂହ (୪ କୋଟି)। ସନ୍‌ରାଇଜର୍ସ ହାଇଦ୍ରାବାଦ ୫ ଜଣ କ୍ଲାସେଁ (୨୩ କୋଟି), ପ୍ୟାଟ୍‌ କମିନ୍ସ (୧୮ କୋଟି), ଅଭିଷେକ ଶର୍ମା, ଟ୍ରାଭିସ ହେଡ୍‌ (୧୪ କୋଟି), ନୀତୀଶ ରେଡ୍ଡୀ (୬ କୋଟି)ଙ୍କୁ ରଖିଥିଲା ବେଳେ ଦଳ ପାଖରେ ଆଉ ୪୫ କୋଟି ଟଙ୍କା ଅଛି।

ଗୁଜରାଟ ଜାଏଣ୍ଟ୍‌ସ ୫ ଜଣ ରସିଦ ଖାନ (୧୮ କୋଟି), ଶୁବମନ ଗିଲ୍‌ (୧୬.୫ କୋଟି), ସାଇ ସୁଦର୍ଶନ (୮.୫ କୋଟି), ରାହୁଲ ତିୱାତିଆ, ଶାହରୁଖ ଖାନ (୪ କୋଟି)ଙ୍କୁ ରଖିଛି। ଏବେ ଦଳ ପାଖରେ ୬୯ କୋଟି ଟଙ୍କା ବଞ୍ଚିଛି। ପଞ୍ଜାବ କିଙ୍ଗ୍ସ ମାତ୍ର ଦୁଇ ଜଣ ଶଶାଙ୍କ ସିଂହ (୫.୫ କୋଟି), ପ୍ରଭସିମ୍ରନ ସିଂହ (୪ କୋଟି)ଙ୍କୁ ରଖିଥିଲା ବେଳେ ପାଖରେ ୧୧୦.୫ କୋଟି ଟଙ୍କା ବଳକା ରହିଛି। ରାଜସ୍ଥାନ ରୟାଲ୍ସ ପୂରା ୬ ଜଣ ସଂଜୁ ସାମ୍‌ସନ୍‌, ଯଶସ୍ବୀ ଜୟସ୍ବାଲ (୧୮ କୋଟି), ରିୟାନ ପରାଗ, ଧ୍ରୁବ ଜୁରେଲ (୧୪ କୋଟି), ସିମ୍ରନ ହେଟମାୟର (୧୧ କୋଟି) ଓ ସନ୍ଦୀପ ସିଂହ (୪ କୋଟି)ଙ୍କୁ ରଖିଛି। ଦଳ ପାଖରେ ନୂଆ ଖେଳାଳି କିଣିବାକୁ ମାତ୍ର ୪୧ କୋଟି ଟଙ୍କା ବଳକା ରହିଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.