ରାଉରକେଲା: ଉତ୍ସାହ ଉଦ୍ଦୀପନାରସହ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି ରାଉରକେଲାବାସୀ। ଏଠାରେ ଦିନବେଳୁ ଲୋକେ ବାଣ ଫୁଟାଇବା ଆରମ୍ଭ କରିଥିଲେ, କିନ୍ତୁ ସଂଧ୍ୟା ହେବାମାତ୍ରେ ଏହା ବହୁଗୁଣିତ ହୋଇଥିଲା। ବିଳମ୍ବିତ ରାତି ଯାଏ ସହରର ବିଭିନ୍ନ ଅଞ୍ଚଳରେ ଲୋକେ ମନଇଚ୍ଛା ବାଣ ଫୁଟାଇଥିଲେ। ବେସରକାରୀ ସୂଚନା ଅନୁସାରେ, ଏଥର ଦୀପାବଳିରେ ପାଖାପାଖି ୨୦ କୋଟି ଟଙ୍କାର ବାଣ ବ୍ୟବସାୟ ହୋଇଛି। ସରକାରୀ ନିୟମାବଳୀକୁ ଫୁ’ କରି ମନଇଚ୍ଛା ବାଣ ଫୁଟାଇଛନ୍ତି। ରାତି ୯ଟା ପରେ ବି ବାଣଫୁଟା ଜାରି ରହିଥିଲା। ସଂଧ୍ୟାରୁ ସମଗ୍ର ସହର ଧୂଆଁମୟ ହୋଇଯାଇଥିଲା।
ବେସରକାରୀ ସୂଚନା ଅନୁସାରେ, ଏଥର ଦୀପାବଳିରେ ରାଉରକେଲାରେ ପାଖାପାଖି ୨୦ କୋଟି ଟଙ୍କାର ବାଣ ବ୍ୟବସାୟ ହୋଇଛି। ସରକାରୀ ନିୟମାବଳୀକୁ ଫୁ’ କରି ମନଇଚ୍ଛା ବାଣ ଫୁଟାଇଛନ୍ତି। ରାତି ୯ଟା ପରେ ବି ବାଣଫୁଟା ଜାରି ରହିଥିଲା। ସଂଧ୍ୟାରୁ ସମଗ୍ର ସହର ଧୂଆଁମୟ ହୋଇଯାଇଥିଲା।
ଇସ୍ପାତ ସହରାଞ୍ଚଳର ବିଭିନ୍ନ ସେକ୍ଟରଠାରୁ ଆରମ୍ଭକରି ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ସିଭିଲ୍‌ ଟାଉନସିପ୍‌, ପାନପୋଷ, ଛେଣ୍ଡ୍‌, ବାସନ୍ତୀକଲୋନି, ଉଦିତନଗର, ଡେଲିମାର୍କେଟ୍‌ ଆଦି ଅଞ୍ଚଳରେ ଉତ୍ସବ ବେଶ୍‌ ଜମିଥିଲା। ମୋଟ ୫ଟି ସ୍ଥାନରେ ୨୭୬ଟି ଅସ୍ଥାୟୀ ବାଣଦୋକାନକୁ ରାଉରକେଲା ପ୍ରଶାସନ ଅନୁମତି ଦେଇଥିଲା। ଏଥି ମଧ୍ୟରୁ ସେକ୍ଟର-୧୩ ମେଳଣ ପଡ଼ିଆରେ ୧୫୭ଟି ଅସ୍ଥାୟୀ ବାଣ ଦୋକାନ ଖୋଲିଥିବାବେଳେ ପାୱାର ହାଉସ୍‌ ରୋଡ୍‌ରେ ୮୬ ଦୋକାନ, ପାନପୋଷରେ ୧୪ ଦୋକାନ, ବନ୍ଧମୁଣ୍ଡାରେ ୭, ପ୍ଲାଣ୍ଟ୍‌ସାଇଟ୍‌ରେ ୧୨ ଦୋକାନ ରହିଥିଲା। କିନ୍ତୁ ଏହା ବାଦ ବି କେତେକ ସ୍ଥାନରେ ବିନା ଅନୁମତିରେ ଛୋଟବଡ଼ ଦୋକାନ ଖୋଲି ଆଖିଦୃଶିଆ ବାଣ ବିକିଥିଲେ। ଏଥର ବି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମକୁ କେହି ପାଳନ କରିନଥିଲେ। କେବଳ ସବୁଜ ବାଣ ରାତି ୭ଟାରୁ ୯ ଟା ଯାଏ ଫୁଟାଇବାକୁ ବୋର୍ଡ ନିର୍ଦ୍ଦେଶ ଦ‌େଇଥିଲା। କିନ୍ତୁ ସହରରେ ରାତିସାରା ବାଣ ଫୁଟାଇ ନିୟମକୁ ଏକ ପ୍ରକାର ଖୋଲାଖୋଲି ଚାଲେଞ୍ଜ କରିଥିଲେ। ପ୍ରଚଣ୍ଡ ଶବ୍ଦ ସୃଷ୍ଟିକାରୀ ବାଣ, ଉପରକୁ ଯାଇ ଫାଟୁଥିବା ୩୦୦/୪୦୦ ସଟ୍‌ ବାଣ, ରକେଟ୍‌ ଆଦି ଫୁଟାଇଥିଲେ।
9141560e-b987-425f-8620-426c7936c1d6
ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ମାତ୍ରାରେ ବାଣ ଫୁଟିଥିବା କୁହାଯାଉଛି। ଖାସ୍‌ ଏଥିପାଇଁ ସହରସାରା ଧୂଆଁରେ ପୋତି ହୋଇଯାଇଥିଲା। ସହରର ରିଂ ରୋଡ୍‌ ହେଉ କି ଅନ୍ୟ ଜନବସତି ଅଞ୍ଚଳର ରାସ୍ତା, ମାତ୍ରାଧିକ ଧୂଆଁ ଯୋଗୁଁ ଗମନାଗମନ ପ୍ରଭାବିତ ହୋଇଥିଲା। ରାଉରକେଲା ଓ ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ୪ ଜଣ ହୋଲସେଲର୍‌ ହିଁ ସହରର ଅନ୍ୟ ଛୋଟବଡ଼ ଦୋକାନୀଙ୍କୁ ବାଣ ଯୋଗାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ହୋଲସେଲର୍‌ଙ୍କ ବ୍ୟବସାୟ ବେଶ୍‌ ଜମିଥିଲା। ପୂର୍ବରୁ ଦୁଇଜଣ ହୋଲସେଲର୍‌ଙ୍କ ଗୋଦାମରେ ଚଢ଼ଉକରି ପୁଲିସ ଅଙ୍କୁଶ ଲଗାଇଥିଲା।