Breaking News

ସୁନ୍ଦରଗଡ଼ରେ ସରକାରୀ ସ୍କୁଲ ଓ ଅଙ୍ଗନବାଡ଼ିର ଭିତ୍ତିଭୂମି ବଢାଇଲା ବେଦାନ୍ତ

ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ଜାମକାନି କୋଇଲା ଖଣି ଅଞ୍ଚଳରେ ଥିବା ୧୪ଟି ସରକାରୀ ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛି ।

0

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ଜାମକାନି କୋଇଲା ଖଣି ଅଞ୍ଚଳରେ ଥିବା ୧୪ଟି ସରକାରୀ ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛି ।

ଏହି ଅଞ୍ଚଳର ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ସହ ମୁଣ୍ଡେଲଖେତ, କୋଡାଜାଲଙ୍ଗା, ଭୋଗ୍ରାକାଚାର, ଘୋଘରପଲ୍ଲୀ, ଜାମକାନି ଓ ଗିରିସ୍ମା ଗ୍ରାମର ସରକାରୀ ବିଦ୍ୟାଳୟଗୁଡ଼ିକୁ ଡେସ୍କ ଓ ବେଞ୍ଚ, ଚେୟାର, ଟେବୁଲ, ରାକ୍ ଓ ଆଲମିରା ପ୍ରଦାନ କରାଯାଇଛି । ୧୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷକ ସଂଘର ସଭାପତି ଓ ଗୋଷ୍ଠି ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ କମ୍ପାନି ପକ୍ଷରୁ ଏହି ସହଯୋଗ ପ୍ରଦାନ କରାଯାଇଥିଲା ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.