ୱାଶିଂଟନ: ଆମେରିକାରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟର୍‌ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ‌ହାରିସ୍ ଏବଂ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ବିଭିନ୍ନ ସର୍ବେକ୍ଷଣରେ ଏଥର ନିର୍ବାଚନ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଆସୋସିଏଟେଡ୍ ପ୍ରେସ (ଏପି) ର ପୂର୍ବାନୁମାନ ଅନୁଯାୟୀ ୨୦୨୪ ମସିହାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏକ ପ୍ରତିଦ୍ୱନ୍ଦ୍ୱିତାକାରୀ ଦୌଡ଼ରେ ପରିଣତ ହେବାକୁ ଯାଉଛି। ଟେକ୍ସାସ ଏବଂ ଫ୍ଲୋରିଡା ସମେତ ୧୯ ଟି ରାଜ୍ୟରେ ଟ୍ରମ୍ପ ୧୯୮ଟି ଭୋଟ୍ ହାତେଇ କରିସାରିଥିବା ବେଳେ ହାରିସ୍ ଆଠଟି ରାଜ୍ୟରୁ ୧୦୯ ଟି ଭୋଟ୍ ହାସଲ କରିଛନ୍ତି। ଏବେ ସୁଦ୍ଧା ଟ୍ରମ୍ପ୍‌ ଆଗରେ ରହିଛନ୍ତି।

ଏହି ନିର୍ବାଚନରେ ​​ଉଭୟ ପ୍ରାର୍ଥୀ ଇତିହାସ ରଚିବେ। ହ୍ୟାରିସ୍ର ରାଷ୍ଟ୍ରପତି ପଦ ଗ୍ରହଣ କରି ପ୍ରଥମ ଆମେରିକାର ମହିଳା ରାଷ୍ଟ୍ରପତି ହେବାର ସ୍ବପ୍ନ ଦେଖୁଥିବା ବେଳେ ଟ୍ରମ୍ପ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗାଦିରେ ରହିବାକୁ ଉଦ୍ୟମରତ। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଜଣେ ପ୍ରାର୍ଥୀ ୨୭୦ ନିର୍ବାଚନୀ ଭୋଟ୍ ଆବଶ୍ୟକ କରନ୍ତି।

ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି ‘ସ୍ବିଙ୍ଗ୍‌ ଷ୍ଟେଟ୍‌’ (ଉଭୟ ଦଳ ପ୍ରତି ପ୍ରାୟ ସମାନ ସମର୍ଥନ ଥିବା ରାଜ୍ୟ) ଉପରେ ସମସ୍ତଙ୍କ ନଜର ରହିଛି। ଆମେରିକା-କାନାଡା ସୀମାରେ ଥିବା ଏକ ଛୋଟ ସହର ନ୍ୟୁ ହାମ୍ପସାୟାର ଟାଉନ୍‌ସିପରେ ପ୍ରଥମ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ସମଗ୍ର ଦେଶରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ବୁଧବାର ପୂର୍ବାହ୍ନ ୧୦ଟା ୩୦ (ଭାରତୀୟ ସମୟ)ରେ ଶେଷ ହେବ।